ଜଙ୍ଗଲ ନିଆଁ ଲିଭାଇବା ପାଇଁ ଏଆଇ ବ୍ୟବହାର: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ
ଏଆଇ ବନ୍ଦ କରିବ ଜଙ୍ଗଲ ନିଆଁ। ଏବେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଟେକ୍ନୋଲୋଜି ଦ୍ବାରା ଜଙ୍ଗଲ ନିଆଁ ଲିଭାଉଛନ୍ତି ସରକାର। ଏନେଇ ଆଜି ଗୃହରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି।AI ଆଧାରିତ ସଫ୍ଟୱେର୍ Bi-Spectral 360° PTZ କ୍ୟାମେରା, Al-Based Data Processing and Analysis Unit,ମେସ ନେଟୱାର୍କ (Mesh Network), Al-ଆଧାରିତ ବିଶ୍ଳେଷଣ ୟୁନିଟ୍ ଓ ମଲ୍ଟି-ଲେଭେଲ ଆଲର୍ଟ ବ୍ୟବସ୍ଥା ମାଧ୍ୟମରେ SMS,WhatsApp, ଇମେଲ୍ ଏବଂ Dashboard ମାଧ୍ୟମରେ ସଂପୃକ୍ତ କ୍ଷେତ୍ର ଅଧିକାରୀମାନଙ୍କୁ ସତର୍କ କରାଯାଉଛି । ତେବେ ମୟୁରଭଞ୍ଜ ଜିଲ୍ଲାର ଶିମିଳିପାଳ ଉତ୍ତର ଓ ଦକ୍ଷିଣ ବନ୍ୟପ୍ରାଣୀ ବନଖଣ୍ଡ, ବରଗଡ ଜିଲ୍ଲାର ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡ, ଅନୁଗୁଳ ଜିଲ୍ଲାର ଅନୁଗୁଳ ବନଖଣ୍ଡ, ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ଓ ବଣାଇ ବନଖଣ୍ଡରେ ଏହି AI ଆଧାରିତ ଅତ୍ୟାଧୁନିକ ମନିଟରିଂ ବ୍ୟବସ୍ଥା କରାଯାଇଛି । ଏହି ପ୍ରଯୁକ୍ତିର ରୂପାୟନ ପାଇଁ ମୋଟ୍ ୧୦.୭୫୯୮ କୋଟି ଟଙ୍କା ଅର୍ଥ ଖର୍ଚ୍ଚ ହୋଇଛି ।
