ଜଣେ ଶିକ୍ଷକ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିଜ ରକ୍ତରେ ଚିଠି ଲେଖି ପଠାଇଛନ୍ତି
ଉତ୍ତରାଖଣ୍ଡରେ ଗତ ଏକ ମାସ ଧରି ପଦୋନ୍ନତି, ସ୍ଥାନାନ୍ତର ଓ ପୁରୁଣା ପେନସନ ଯୋଜନା ସମେତ ପ୍ରାୟ 34ଟି ଦାବି ନେଇ ଶିକ୍ଷକମାନେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିଆସୁଛନ୍ତି । ଆନ୍ଦୋଳନରତ ଥିବା, ରାଜ୍ୟ ଶିକ୍ଷକ ସଂଘର ପ୍ରାଦେଶିକ ସଦସ୍ୟ ତଥା ଉତ୍ତରାଖଣ୍ଡର ଚମ୍ପବଟି ଜିଲ୍ଲା ଗେଣ୍ଡାଖାଲିର ଟନକପୁର ସରକାରୀ ଇଣ୍ଟର କଲେଜର ଜଣେ ସହାୟକ ଶିକ୍ଷକ ଭାବରେ କାର୍ଯ୍ୟ କରୁଥିବା ରବି ବାଗୋଟି ନାମକ ଜଣେ ଶିକ୍ଷକ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଏକ ଚିଠି ଲେଖିଛନ୍ତି । ଆଉ ଏହି ଚିଠିକୁ ସେ ନିଜ ରକ୍ତରେ ଲେଖି ଶିକ୍ଷକମାନଙ୍କ ଦାବି ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି । ଏହି ଚିଠିରେ ସେ ଦୀର୍ଘଦିନ ଧରିଥିବା ଶିକ୍ଷକମାନଙ୍କ ଦାବି ପୂରଣ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।
ସେପଟେ ପ୍ରାୟ ପ୍ରତ୍ୟେକ ଆନ୍ଦୋଳନରତ ଶିକ୍ଷକ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଖକୁ ନିଜ ରକ୍ତରେ ଏବେ ଚିଠି ଲେଖୁଛନ୍ତି । ପାଖାପାଖି 500 ଜଣ ଶିକ୍ଷକ ନିଜ ରକ୍ତରେ ଚିଠି ଲେଖୁଛନ୍ତି ।
