ଜନ୍ମଦିନରେ ପଦଯାତ୍ରା କରିବେ ନବୀନ

ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଆରମ୍ଭ ହୋଇଥିବା ଜନସଂପର୍କ ପଦଯାତ୍ରାରେ ସାମିଲ ହେବେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ସେ ତାଙ୍କର ଜନ୍ମଦିନରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ । ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ଅଶୋକ ପଣ୍ଡା ଏପରି ସୂଚନା ଦେଇଛନ୍ତି ।ସୂଚନାମୁତାବକ, ଜନ୍ମଦିନରେ ପଦଯାତ୍ରାକୁ ଓହ୍ଲାଇବେ ନବୀନ ପଟ୍ଟନାୟକ । ଗଙ୍ଗ ନଗର ଓ୍ୱାର୍ଡ ନଂ ୫୨ରେ ବିରୋଧୀଙ୍କୁ ଦେଖାଇବେ ତାଙ୍କର ନିର୍ବାଚନ ରଣନୀତି । ଜନସମ୍ପର୍କ ପଦଯାତ୍ରା କରିବେ ନବୀନ। ଏହି ଅବସରରେ ଦଳର କର୍ମୀ ମାନେ ନବୀନ ଙ୍କୁ ଜନ୍ମ ଦିନ ର ଶୁଭେଚ୍ଛା ଜଣାଇବେ। ଏନେଇ ଭୁବନେଶ୍ଵର ଜିଲ୍ଲା ବିଜେଡ଼ି ପକ୍ଷରୁ ପ୍ରସ୍ତୁତି କରାଯାଇଛି