ଜନ୍ମଦିନରେ ଫ୍ୟାନଙ୍କୁ ଅକ୍ଷୟଙ୍କ ଭେଟି

ପୁଣି ନିଜ କମେଡ଼ି ଅବତାରକୁ ଫେରୁଛନ୍ତି ଅଭିନେତା ଅକ୍ଷୟ କୁମାର। ସୋମବାର ନିଜ ଜନ୍ମଦିନ ଅବସରରେ ପ୍ରଶଂସକଙ୍କୁ ଭେଟି ସ୍ଵରୂପ ତାଙ୍କ ନୂଆ ଫିଲ୍ମ ‘ଭୂତ୍ ବଙ୍ଗଲା’ର ପ୍ରଥମ ଲୁକ୍ ଶେୟାର କରିଛନ୍ତି ଅକ୍ଷୟ। ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବରେ ଅଛନ୍ତି ପ୍ରିୟଦର୍ଶନ । ଯିଏ ଅକ୍ଷୟଙ୍କୁ କମେଡି ମାଧ୍ୟମରେ ଲୋକପ୍ରିୟ କରାଇଥିଲେ ।ଉଭୟ ଏକାଠି ଫିଲ୍ମ ହେରାଫେରି, ଭାଗମ୍‌ ଭାଗ୍‌ ଭଳି ଜବରଦସ୍ତ କମେଡି ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି । ଗଣେଶ ଚତୁର୍ଥୀ ଅବସରରେ ତାଙ୍କର ଏହି ଆଗାମୀ ଚଳଚ୍ଚିତ୍ରର ସାମାନ୍ୟ ଝଲକ ଶେୟାର କରିଥିବା ଅକ୍ଷୟ କୁମାର ସୋମବାର ନୂଆ ଫିଲ୍ମ ଘୋଷଣା କରିଛନ୍ତି। ଏଥିସହ ପ୍ରଥମ ଝଲକ ମଧ୍ୟ ଦେଖାଇଛନ୍ତି। ତାଙ୍କର ନୂଆ ଚଳଚ୍ଚିତ୍ରର ନାମ ହେଉଛି ‘ଭୂତ୍ ବଙ୍ଗଲା’। ଏହାକୁ ‘କେପ୍ ଅଫ୍ ଗୁଡ୍ ଫିଲ୍ମସ୍’ ସହଯୋଗରେ ବାଲାଜୀ ଟେଲିଫିଲ୍ମସ୍ ଲିମିଟେଡ୍ ଦ୍ୱାରା ନିର୍ମାଣ କରାଯାଉଛି।