ଜନ ଶିକ୍ଷଣ ସଂସ୍ଥାନ ,ପୁରୀ ତରଫରୁ ୭୯ ତମ ସ୍ୱାଧୀନତା ଦିବସ ପାଳିତ
ଜନ ଶିକ୍ଷଣ ସଂସ୍ଥାନ ,ପୁରୀ ତରଫରୁ ୭୯ ତମ ସ୍ୱାଧୀନତା ଦିବସ ପାଳନ ଅବସରେ ରେ ଭାରତ ସରକାରଙ୍କ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରାଳୟ ଅଧୀନରେ ପୁରୀ ଜ଼ିଲ୍ଲାରେ ପ୍ରତିଷ୍ଠିତ ଦକ୍ଷତା ବିକାଶ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଜନ ଶିକ୍ଷଣ ସଂସ୍ଥାନ ତରଫରୁ ପୁରୀ ସର୍ବୋଦୟ ନଗର ସ୍ଥିତ କାର୍ଯ୍ୟାଳୟ ପରିସରରେ ସ୍ୱାଧୀନତା ଦିବସ ପାଳନ ହୋଇଯାଇଅଛି I । ଏହି ଅବସର ରେ ନିଜସ୍ୱ କାର୍ଯ୍ୟାଳୟ ରେ ଆନୁଷ୍ଠାନିକ ଭାବେ ପତାକା ଉତ୍ତୋଳନ କରିବା ସହିତ ହର ଘର ତ୍ରିରଙ୍ଗା ର ଏକ ସାମୁହିକ ରାଲି ବିଭିର୍ନ୍ନ ଦେଶାତ୍ମକ ବୋଧକ ନାରା ସହିତ ୧୦୦ ରୁ ଉର୍ଦ୍ଧ ପ୍ରଶିକ୍ଷାର୍ଥୀ ନେଇ ଆୟୋଜନ କରାଯାଇଥିଲା I

ଏହି କାର୍ଯ୍ୟକର୍ମ ରେ ଜିଲ୍ଲା ନିଯୁକ୍ତି ବିନିମୟ ପ୍ରତିନିଧି ଶ୍ରୀମାନ ସଂଜୁ ,ପୂର୍ବତନ ଅବସର ପ୍ରାପ୍ତ ସୁକାନ୍ତ କୁମାର ମହାନ୍ତି , “ସାହି ଭାଇ” ସାମାଜିକ ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ବ୍ରଜବନ୍ଧୁ ମହାରଣା , ସମ୍ପାଦକ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ମିଶ୍ର, ଜନ ଶିକ୍ଷଣ ସଂସ୍ଥାନ ର ପୂର୍ବତନ କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ସମୀର କେଶରୀ ହରିଚନ୍ଦନ ଉପସ୍ଥିତ ଥିଲେ I ଏହି ଅବସରରେ ବିଭିନ୍ନ ତାଲିମ ବର୍ଗର ୧୦୦ ରୁ ଉର୍ଦ୍ଧ ପ୍ରଶିକ୍ଷାର୍ଥୀ ଙ୍କୁ ନେଇ “ମୋ ତ୍ରିରଙ୍ଗା, ମୋର ଗର୍ବ” ଏବଂ “ଦକ୍ଷ ହୁଅ ସ୍ୱାଧୀନ ହୁଅ” ବିଷୟବସ୍ତୁ ଉପରେ ଆଧାରିତ ରଙ୍ଗୋଲି ,ପ୍ରବନ୍ଧ, ବିତର୍କ, ସ୍ଲୋଗାନ ଲେଖା ଏବଂ ଦେଶପ୍ରେମ ନୃତ୍ୟ ପ୍ରତିଯୋଗିତା ରେ କୃତ୍ତିକାର୍ଯ୍ୟ ହେଇ ଥିବା ପ୍ରଶିକ୍ଷାର୍ଥୀ ଙ୍କୁ ପ୍ରଶଂସା ପ୍ରମାଣ ପତ୍ର ବଣ୍ଟନ କରା ଯିବା ସହିତ ଗତ ବର୍ଷ ର “ସୌନ୍ଦର୍ଯ୍ୟ ଯତ୍ନ ସହାୟକ ” ଦକ୍ଷତା ଭିତିକ ପାଠ୍ୟକ୍ରମ ରେ ଉତୀର୍ଣ୍ଣ ହୋଇଥିବା ପ୍ରଶିକ୍ଷାର୍ଥୀ ମାନ ଙ୍କୁ ପ୍ରମାଣ ପତ୍ର ବିତରଣ କରାଯାଇଥିଲା I ଏହି କାର୍ଯ୍ୟକ୍ରମ ରେ ସାମ୍ନାନିତ ଅତିଥି ବକ୍ତବ୍ୟ ମାଧ୍ୟମରେ ଉଲ୍ଲେଖ କରି ଥିଲେ ଯେ, ଜାତୀୟ ପତାକା ର ତିନି ରଙ୍ଗ ଏବଂ ଅଶୋକ ଚକ୍ର ସମାଜ କୁ କଣ ଶିଖାଏ ,ତାହା ଦର୍ଶାଇ ଥିଲେ I ପ୍ରତ୍ୟେକ ନାଗରିକଙ୍କ ପାଇଁ ସ୍ୱାଧୀନତା, ଏକତା ଏବଂ ରାଷ୍ଟ୍ର ନିର୍ମାଣର ଆଦର୍ଶ ପ୍ରତି ସେମାନଙ୍କର ପ୍ରତିବଦ୍ଧତାକୁ ପୁନଃନିର୍ମାଣ କରିବାର ଏକ ସୁଯୋଗ ସୃଷ୍ଟି କରାଯିବା ର ଆବଶ୍ୟକତା ରହିଛି । ସଂସ୍ଥାନ ର କାର୍ଯ୍ୟକ୍ରମ ଅଧିକାରୀ ଶଶି ଭୂଷଣ ଦତ୍ତ ଓ ସହ କାର୍ଯ୍ୟ କର୍ମ ଅଧିକାରିଣୀ ନିକି ପ୍ରଧାନ ନିଜ ଅଭି ଭାଷଣ ରେ ବୀର ପୁତ୍ର ମାନ ଙ୍କୁ ମନେ ପକାଇ ବର୍ତ୍ତମାନ ପରି ପ୍ରେକ୍ଷୀ ରେ କିଭଳି ଭାବ ରେ ନିଜର ସାମାଜିକ ଦାଇତ୍ୱ ,ତ୍ୟାଗ ,ଦକ୍ଷତା ସମାଜ ପ୍ରତି ସ୍ୱଛତା ସବୁଜ ବୃକ୍ଷଲତା ର ଆବଶ୍ୟକତା ଆଦି ଉପରେ ଆଲୋଚନା କରି ଥିଲେ I କାର୍ଯ୍ୟକ୍ରମ ର ସଫଳ ରୂପାୟନ ନିମିତ୍ତ, ଜନ ଶିକ୍ଷଣ ସଂସ୍ଥାନର କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ଶଶୀ ଭୂଷଣ ଦତ୍ତ, ସହ କାର୍ଯ୍ୟକ୍ରମ ଅଧିକାରିଣୀ ନିକି ପ୍ରଧାନ, ଶ୍ରୀ ପ୍ରସାଦ ଦ୍ବିବେଦୀ, ଜୀବନଜିତା ଦାସ, ପ୍ରତାପ ବେହେରା, ବାଦଲ ପରିଡା ଇତ୍ୟାଦି କର୍ମଚାରୀ, ପ୍ରଶିକ୍ଷକ ଏବଂ ପ୍ରଶିକ୍ଷିକା ଦାୟିତ୍ୱ ନିର୍ବାହ କରିଥିଲେ।ଡ଼ଃ ମନୋଜ କୁମାର ବଳିଆରସିଂ, ପୁରୀ
