ଜବତ ବାଣକୁ ପ୍ରଶାସନ ଫୁଟାଇବା ବେଳେ ଅଘଟଣ : ଥରିଲା ୬ ଗାଁ
ପବିତ୍ର ଦୀପାବଳି ଅବସରରେ ଲୋକେ ଖୁସି ମନାଉଥିବା ବେଳେ ପ୍ରଶାସନର ଖାମଖିଆଲି ନୀତି ପାଇଁ ଭାଙ୍ଗିଛି ଘରଦ୍ବାର । ଜବତ ବାଣ ସବୁ ନିଷ୍କ୍ରିୟ ବେଳେ ଏଭଳି ଅଘଟଣ ଘଟିଛି । । ଲୋକେ ଭୟରେ ଘର ଛାଡ଼ି ବାହାରକୁ ବାହାରି ଆସିଲେ । ଦୌଡ଼ାଦୌଡ଼ିରେ କେତେକ ଲୋକ ତଳେ ପଡ଼ି ଆହତ ହୋଇଛନ୍ତି । ଏପରି ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ସୋର ବ୍ଲକ ତଳନଗର ପଞ୍ଚାୟତରେ । ଅଭିଯୋଗ ଅନୁସାରେ ଦୀପାବଳି ଆଗରୁ ବିଭିନ୍ନ ସ୍ଥାନରୁ ପ୍ରଶାସନ ବିପୁଳ ବାଣ ଜବତ କରିଥିଲା । ତାକୁ ନଷ୍ଟ କରିବା ପାଇଁ ଗାତ ଖୋଳି ସେହି ବାଣରେ ନିଆଁ ଲଗାଇ ଦିଆଯାଇଥିଲା । ଏତେ ବାଣ ଥିଲା ଯେ ତାହା ବୋମା ପରି ବିସ୍ଫୋରଣ ହୋଇଛି ।
ଆଖପାଖର ୬ଟି ଗାଁ ସାଲମପୁର, ଅସ୍ତବାଙ୍କ, ସୁନାରୀ, ତଳନଗର, ସବିରା, ରାଧିକାନଗର କ୍ଷତିଗ୍ରସ୍ତ ହୋଇଛି । କିଛି କ୍ଷତିଗ୍ରସ୍ତ ପରିବାର ଥାନାରେ ଅଭିଯୋଗ କରିଛନ୍ତି l ପ୍ରଭାବିତ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ସରପଞ୍ଚ।
