ଜମି ଡିମାର୍କସେନ: ଏଣିକି ଅନଲାଇନରେ ଆବେଦନ

ଜମି ଡିମାର୍କସେନ ପାଇଁ ଦୌଡିବାକୁ ପଡିବନି ତହସିଲ ଅଫିସ। ଏଣିକି ଅନଲାଇନରେ ଆବେଦନ କଲେ ମିଳିବ ତାରିଖ । ସେହିଦିନ ତହସିଲ ଅଧିକାରୀ, ଅମିନ କରିବେ ଜମିର ଡିମାର୍କସେନ। ପ୍ରଥମେ ରାଜସ୍ବ ବିଭାଗର ଅନଲାଇନ ସାଇଟକୁ ଯିବାକୁ ପଡ଼ିବ। ସେଥିରେ ମୋବାଇଲ ନମ୍ବର ପଞ୍ଜିକରଣ କରି ଡିମାର୍କସେନ ପାଇଁ ଆବେଦନ କରିବାକୁ ହେବ। ପରେ ଆବଶ୍ୟକୀୟ ଜମି କାଗଜପତ୍ର ସହ ଫି ଦେବାକୁ ପଡ଼ିବ। ଆବେଦନ ସଵମିଟ କରିବା ପରେ ତହସିଲଦାର ଆପଣଙ୍କ ଆବେଦନ ଯାଞ୍ଚ କରି ଆପଣଙ୍କ ମୋବାଇଲ ନମ୍ବରକୁ ତାରିଖ ଏସଏମଏସ ଭାବେ ଆସିଯିବ। ସେହିଦିନ ତହସିଲ ଅଧିକାରୀ ଏବଂ ଅମିନ ଆସି ଆପଣଙ୍କ ଜମିର ଡିମାର୍କେସେନ କରିବେ।