ଜର୍ମାନୀ ଯୁବତୀ ଭାରତୀୟ ଯୁବକଙ୍କ ପ୍ରେମରେ ପଡ଼ି ,ବିବାହ କରି ଭାରତର ବୋହୂ ସାଜିଛନ୍ତି।

ଜଣେ ଜର୍ମାନୀ ଯୁବତୀ ଭାରତୀୟ ଯୁବକଙ୍କ ପ୍ରେମରେ ପଡ଼ି ଶେଷରେ ବିବାହ କରି ଭାରତର ବୋହୂ ସାଜିଛନ୍ତି। ପ୍ରାଚୀନ ଧର୍ମ ଏବଂ ଭାରତୀୟ ସଂସ୍କୃତି ଦ୍ୱାରା ପ୍ରଭାବିତ ହୋଇ ଉତ୍ତରପ୍ରଦେଶର ବାସିନ୍ଦା ସନ୍ଦୀପଙ୍କୁ ବିବାହ କରିଛନ୍ତି ଜର୍ମାନୀ ଯୁବତୀ ଷ୍ଟିନା।ସନ୍ଦୀପ ଏବଂ ଷ୍ଟିନାଙ୍କ ବିବାହ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଷ୍ଟିନା ଏବଂ ସନ୍ଦୀପ ସେମୱାଲ ଉତ୍ତରପ୍ରଦେଶର ପ୍ରସିଦ୍ଧ କାଶୀ ବିଶ୍ୱନାଥ ମନ୍ଦିରରେ ରୀତିନୀତି ଅନୁସାରେ ବିବାହ କରିଛନ୍ତି। ବିବାହ ଉତ୍ସବରେ ଉଭୟଙ୍କ ପରିବାର ଉପସ୍ଥିତ ଥିଲେ। ବିବାହ ପରେ ଷ୍ଟିନା ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି। ଜଣେ ପାହାଡ଼ି ଯୁବକଙ୍କୁ ବିବାହ କରିବା ପରେ ଷ୍ଟିନା ଏବେ ପାହାଡ଼ି ହୋଇଯାଇଛନ୍ତି । ଏପରିକି ତାଙ୍କ ନାଁ ବଦଳାଇ ରୋଭିତା ବୋଲି ରଖିଛନ୍ତି ।ବାସ୍ତବରେ ସନ୍ଦୀପ ଏବଂ ଷ୍ଟିନାଙ୍କ ପ୍ରେମ କାହାଣୀ ୨୦୧୮ରେ ଆରମ୍ଭ ହୋଇଥିଲା। ଯେତେବେଳେ ଜର୍ମାନୀରୁ ଷ୍ଟିନା ଯୋଗ ଶିଖିବା ପାଇଁ ଯୋଗନଗରୀ ଋଷିକେଶରେ ପହଞ୍ଚିଥିଲେ। ସେହି ଆଶ୍ରମରେ ୨୧ ବର୍ଷୀୟା ଷ୍ଟିନା ଯୋଗ ଶିଖିବାକୁ ଆସିଥିଲେ।

ସେଠାରେ ସନ୍ଦୀପ କାମ କରୁଥିଲେ।ଯେତେବେଳେ ଷ୍ଟିନା ଏଠାରେ ଥିବା ସଂସ୍କୃତି ଦ୍ୱାରା ପ୍ରଭାବିତ ହୋଇଥିଲେ, ସେତେବେଳେ ସେ ତାଙ୍କୁ ଯୋଗଗୁରୁଙ୍କୁ ଭାରତରେ ରହିବା ଏବଂ ବିବାହ ବିଷୟରେ ପଚାରିଥିଲେ। ଏହା ପରେ ତାଙ୍କ ଗୁରୁ ସନ୍ଦୀପଙ୍କୁ ବିବାହ କରିବାକୁ ପରାମର୍ଶ ଦେଇଥିଲେ ଏବଂ ଷ୍ଟିନାଙ୍କୁ ଉତ୍ତରାଖଣ୍ଡରେ ବିବାହ କରିବାକୁ ପ୍ରେରଣା ଦେଇଥିଲେ।କରୋନା ସମୟରେ ଷ୍ଟିନା ଜର୍ମାନୀ ଯାଇଥିଲେ ଏହାରି ଭିତରେ ଯୋଗ ଗୁରୁଙ୍କ ମୃତ୍ୟୁ ଘଟିଥିଲା। ଷ୍ଟିନା ଜର୍ମାନୀରେ ଥିଲେ କିନ୍ତୁ ତାଙ୍କ ମନ ଉତ୍ତରାଖଣ୍ଡରେ ଥିଲା । ଏହି ସମୟରେ ଷ୍ଟିନା ତାଙ୍କ ପରିବାରକୁ ଉତ୍ତରପ୍ରଦେଶର ଜଣେ ଯୁବକଙ୍କୁ ବିବାହ କରିବାକୁ ଘର ଲୋକଙ୍କୁ କହିଥିଲେ । ଆଉ ଫେରିବା ପରେ ସେ ସନ୍ଦୀପଙ୍କୁ ବିବାହ କରିଥିଲେ ।