ଜଷ୍ଟ ଫର ୟୁ ସେବା ସଂଘ ପକ୍ଷରୁ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ।
ଆଠଗଡ ୧୭/୦୮ (ମାନସ ରଞ୍ଜନ ସାହୁ) ଆଠଗଡ଼ ର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଜଷ୍ଟ ଫର ୟୁ ସେବା ସଂଘ ୭୯ ତମ ସ୍ୱାଧୀନତା ଦିବସ ଅବସରରେ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ସଂଗଠନ ର ସଭାପତି ତଥା ପ୍ରତିଷ୍ଠାତା ସୁଧାଂଶୁ ଶେଖର ସାହୁ ଙ୍କ ନେତୃତ୍ୱ ରେ ଆଠଗଡ଼ ଅଞ୍ଚଳ ର କୁଂଆଳ,କରିକୋଲ ଏବଂ ବାଙ୍କୀ ଅଞ୍ଚଳ ର ଜାଗିଆ ପଡ଼ା ସ୍ଥିତ ଏକଲବ୍ୟ ଏକାଡେମୀ ପରିସରରେ ଛାତ୍ର ଛାତ୍ରୀ ମାନଙ୍କୁ ସଚେତନ କରାଇବା ସହ ସମୁଦାୟ ୧୦୦ ରୁ ଅଧିକ ବୃକ୍ଷରୋପଣ କରାଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବରେ ସମାଜସେବୀ ଲଷ୍ମୀନାରାୟଣ ଭଞ୍ଜ ଏବଂ ଜାଗିଆପଡ଼ା ଠାରେ ବଡଭୂମି ସରପଞ୍ଚ ଶ୍ରୀଯୁକ୍ତ ଗୋପାଳ ଚନ୍ଦ୍ର ସାହୁ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ ।ରାସନନ୍ଦ ରାଉତ,ଅମ୍ଲାନ ପରିଡ଼ା,ବିଚିତ୍ରା ନନ୍ଦ ସାହୁ,ସଞ୍ଜୟ ସ୍ୱାଇଁ,ସାଇନିଙ୍ଗ ସାହାଣୀ,ପ୍ରିୟବ୍ରତ ବେହେରା,ସୌମ୍ୟ ରଞ୍ଜନ ମହାନ୍ତି,ବିଷ୍ଣୁ ଗୁରୁ,ରାକେଶ ସାହୁ,ଦୁଷ୍ମନ୍ତ ଜେନା,ସତ୍ୟମ୍ ସତ୍ୟ ପ୍ରକାଶ ଏବଂ ଅନ୍ୟ ମାନେ ଉପସ୍ଥିତ ରହିଥିଲେ।
