ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଙ୍କ ବିଶୃଙ୍ଖଳିତ ଆଚରଣ ନେଇ ବିଧାୟକ ଖପ୍ପା

ଜଗତସିଂହପୁର ତା =6/4/25ଜଗତସିଂହପୁର ଜ଼ିଲ୍ଲା ସଂସ୍କୃତି ବିଭାଗ ଆନୁକୂଲ୍ୟ ରେ ଜଗତସିଂହପୁର ଜ଼ିଲ୍ଲା ର କଳା ସଂସ୍କୃତି, ଐତିହ୍ୟ,ପରମ୍ପରା କୁ ଆଧାର କରି ଚଳିତ ବର୍ଷ ଜଗତସିଂହପୁର ଜ଼ିଲ୍ଲା ମହୋତ୍ସବ କଲ୍ଲୋଳ ଅପ୍ରିଲ ଏକ ତାରିଖ ରୁ ପାଞ୍ଚ ତାରିଖ ପାଞ୍ଚଦିନ ଧରି ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହୋଇଯାଇଛି |ଅନ୍ତିମ ଦିବସ ତଥା ଉଦଯାପନୀ ଦିବସ ରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ସାଂସଦ ବିଭୁ ପ୍ରସାଦ ତରାଇ, ବିଧାୟକ ଅମରେନ୍ଦ୍ର ଦାସ, ଜ଼ିଲ୍ଲାପାଳ ଜେ ସୋନାଲ,ଏସ ପି ଭବାନୀ ଶଙ୍କର ଉଦଗାତା ପ୍ରମୁଖ ଯୋଗଦେଇଥିଲେ |ଏହା ପରେ ବିଭିନ୍ନ ସାଂସ୍କୃତିକ ଦଳମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |ମଞ୍ଚାସିନ ସମସ୍ତ ଅତିଥି ମଞ୍ଚତଳେ ବସି ସାଂସ୍କୃତିକ କାର୍ଯ୍ୟକ୍ରମ ର ମଜା ନେଉଥିବା ବେଳେ ଖୋଦ ଜ଼ିଲ୍ଲା ସଂକୃତି ଅଧିକାରୀ ଦିଲ୍ଲୀପ କୁମାର ଜେନା ଏବଂ ତାଙ୍କ ସହକର୍ମୀ ଅତ୍ୟଧିକ ମଦ୍ୟପାନ କରି ମଞ୍ଚ ସମ୍ମୁଖରେ ଉଦଣ୍ଡ ନୁର୍ତ୍ୟ ଏବଂ ଅଶାଳୀନ ବ୍ୟବହାର ପଦର୍ଶନ କରିଥିଲେ |ଯାହାକି ମଞ୍ଚ ସମ୍ମୁଖରେ ବସିଥିବା ମାନ୍ୟଗଣ୍ୟ ଅତିଥିମାନଙ୍କୁ ଅପମାନ ଜନିତ ମନେ ହେବାରୁ ଉପସ୍ଥିତି ଥିବା ବିଧାୟକ ଅମରେନ୍ଦ୍ର ଦାସ ଜ଼ିଲ୍ଲା ସଂସ୍କୃତି ଅଧିକାରୀ କୁ କଟୁ ସମାଲୋଚନା କରିବା ସହିତ ଘଟଣା ସମ୍ପର୍କ ରେ ଜ଼ିଲ୍ଲାପାଳ ଏବଂ ଏସ ପି ଙ୍କୁ ଅବଗତ କରିଥିଲେ |

ପୋଲିସ ସହାୟତା ରେ ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଙ୍କ ର ବ୍ରେଥିଙ୍ଗ ଆନାଳାଇଜର ଟେଷ୍ଟ କରାଯାଇଥିଲା | 170ପ୍ରତିଶତ ଆଲକହଲ ଥିବା ପରୀକ୍ଷା ରୁ ଜଣାପଡିବ ପରେ ବିଳମ୍ବିତ ରାତିରେ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଚିକିତ୍ସାକରାଯାଇ ପରବର୍ତ୍ତୀ ଅବସ୍ଥାରେ ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଙ୍କ ବାସ ଭବନ ରେ ଛଡା ଯାଇଥିଲା |ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଙ୍କ ଏ ପରି ଅଭଦ୍ରାମୀ କାର୍ଯ୍ୟକଳାପ କୁ ନେଇ ବୁଦ୍ଧିଜୀବୀ ଜନସାଧାରଣ, ଲୋକ ପ୍ରତିନିଧି, ଗଣ ମାଧ୍ୟମ ପ୍ରତିନିଧି, ବିରକ୍ତି ପ୍ରକାଶ କରିବା ସହିତ କୋଟି କୋଟି ଟଙ୍କା ଦୁର୍ନୀତି ରେ ଲିପ୍ତ ଥିବା ମଦ୍ୟପ ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଙ୍କୁ ଅନ୍ୟତ୍ର ବଦଳି କରିବା ସହିତ ଚଳିତ କଲ୍ଲୋଳ ର ଆୟ ବେୟ ହିସାବ ସାର୍ବଜନୀନ କରିବାକୁ ଜ଼ିଲ୍ଲା ର ବୁଦ୍ଧିଜୀବୀ ଜନ ସାଧାରଣ ଦାବୀ କରିଛନ୍ତି | ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

You might also like