ଜାଣନ୍ତୁ ତୁଳସୀ ତୋଳିବାର ସଠିକ୍‍ ନିୟମ

ପ୍ରାୟତଃ ସମସ୍ତ ମନ୍ଦିରଗୁଡିକ ଚାରିପାଖରେ ତୁଳସୀ ଗଛ ଦେଖିବାକୁ ମିଳିଥାଏ । ଶୈବପୀଠକୁ ଛାଡି ପବିତ୍ର ତୁଳସୀ ପତ୍ରକୁ ସମସ୍ତ ଧାର୍ମିକ ଅନୁଷ୍ଠାନ ଏବଂ ଦେବାଦେବୀଙ୍କ ପୂଜାରେ ଲଗାଯାଇଥାଏ । ତୁଳସୀ ପତ୍ର ମୁଖ୍ୟତଃ ଭଗବାନ ବିଷ୍ଣୁଙ୍କ ପୂଜାରେ ଲାଗିଥାଏ ।କିମ୍ବଦନ୍ତୀ ଅନୁସାରେ ତୁଳସୀଙ୍କ ସ୍ବାମୀ ଜଳନ୍ଧର ନାମକ ଅସୁରକୁ ଭଗବାନ ଶିବ ମାରିଦେଇଥିଲେ । ସେଥିପାଇଂ ତୁଳସୀ ତାଙ୍କୁ ଅଭିଶାପ ଦେଇଥିଲେ ଯେ କେବେ ହେଲେ ବି ତାଙ୍କ ପୂଜା ତୁଳସୀ ପତ୍ରରେ ହେବନାହିଁ ।ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ବ୍ରହ୍ମା ମୁହୂର୍ତ୍ତରେ ତୁଳସୀ ପତ୍ର ତୋଳିବା ଶୁଭ ବୋଲି ବିବେଚନା କରାଯାଏ। କିନ୍ତୁ ସେଥିପାଇଁ କିଛି ନିୟମ ରହିଛି। ପତ୍ର ତୋଳିବା ପୂର୍ବରୁ କିଛି ମନ୍ତ୍ର ଜପ କରିବା ଉଚିତ। ଯେଉଁ ପତ୍ର ଧରି ଆପଣ ମନ୍ତ୍ର ପାଠ କରିବେ କେବଳ ସେହି ପତ୍ର ହିଁ ତୋଳିବେ। ଯଦି ଆପଣ ଏପରି କରିବେ ତେବେ ଆପଣଙ୍କ ସମସ୍ତ ପ୍ରକାର ଇଚ୍ଛା ପୂରଣ ହୋଇପାରେ।

ଯଦି ଆପଣ ବ୍ରହ୍ମ ମୁହୂର୍ତ୍ତରେ ତୁଳସୀ ପତ୍ର ତୋଳୁଛନ୍ତି ତେବେ ପ୍ରଥମେ ସ୍ନାନ କରନ୍ତୁ, ଏହା ପରେ ପ୍ରିୟ ଦେବତାଙ୍କୁ ପୂଜା କରନ୍ତୁ। ପରେ ତୁଳସୀ ଗଛକୁ ପୂଜା କରି ପ୍ରଥମ ଥର ପାଇଁ ୨୧ଟି ପତ୍ର ତୋଳିକି ଆଣନ୍ତୁ। ଏହା କରିବା ଦ୍ୱାରା ଆପଣଙ୍କ ଜୀବନରେ ସୁଖ ପ୍ରାପ୍ତି ହୋଇଥାଏ। ହିନ୍ଦୁ ଶାସ୍ତ୍ର ଅନୁସାରେ ଏହି ପବିତ୍ର ତୁଳସୀ ପତ୍ରକୁ ଭୁଲ ସମୟରେ ତୋଳିବା, କୌଣସି ଖରାପ କାମ ପଇଁ ଏହାକୁ ତୋଳିବା ଦ୍ବାରା ଖରାପ ପ୍ରଭାବ ପଡିଥାଏ ।