ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ଶାହରୁଖ ଓ ବିକ୍ରାନ୍ତ ଶ୍ରେଷ୍ଠ ଅଭିନେତା
ନୂଆଦିଲ୍ଲୀର ବିଜ୍ଞାନ ଭବନରେ ୭୧ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସାମରୋହ ଅନୁଷ୍ଠିତ ହୋଇଛି । ଦ ସି ଆଣ୍ଡ ସେଭେନ ଭିଲେଜକୁ ଶ୍ରେଷ୍ଠ ଫିଚର ଫିଲ୍ମ ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି । ଏହି ଅବସରରେ ପ୍ରଯୋଜିକା ଡ. ଇତି ସାମନ୍ତ ଏବଂ ନିର୍ଦ୍ଦେଶକ ହିମାଂଶୁ ଖଟୁଆ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ପୁରସ୍କାର ଗ୍ରହଣ କରିଛନ୍ତି । ସେହିପରି ବଲିଉଡ ଅଭିନେତା ଶାହରୁଖ ଖାନ ଏବଂ ବିକ୍ରାନ୍ତ ମାସେଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରଦାନ କରାଯାଇଛି। ଯବାନ ଚଳଚ୍ଚିତ୍ର ପାଇଁ ଶାହରୁଖ ଏବଂ ଦ୍ଵାଦଶ ଫେଲ ଚଳଚ୍ଚିତ୍ର ପାଇଁ ବିକ୍ରାନ୍ତଙ୍କୁ ସମ୍ମାନିତ କରାଯାଇଛି। ସେହିପରି ଶ୍ରେଷ୍ଠ ଅଭିନେତ୍ରୀ ଭାବେ ରାଣୀ ମୁଖାର୍ଜୀଙ୍କୁ ପୁରସ୍କୃତ କରାଯାଇଛି। ‘ପୁଷ୍କରା’ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ପୁରସ୍କୃତ ହୋଇଛି। ତରଙ୍ଗ ସିନେ ପ୍ରଡକ୍ସନରେ ୨୦୨୩ରେ ରିଲିଜ ହୋଇଥିଲା ପୁଷ୍କରା । ଶଙ୍କର ତ୍ରିପାଠୀଙ୍କ ନାଦବିନ୍ଦୁ ନୋଭେଲରୁ ପ୍ରସ୍ତୁତ ହୋଇଥିଲା ସିନେମା । ତରଙ୍ଗ ସିନେ ପ୍ରଡକ୍ସନ ବ୍ୟାନରର ୨୬ ତମ ସିନେମା ପୁଷ୍କରା ।
