ଜାନୁଆରୀ 5ରୁ ଦୁଇ ଘଣ୍ଟିଆ OPD ବନ୍ଦ, ଇସ୍ତଫାପତ୍ର ସଂଗ୍ରହ ଆରମ୍ଭ କଲା ଓମସା

ଭୁବନେଶ୍ୱର: ଓଡିଶା ମେଡିକାଲ ସେବା ସଂଘ (ଓମସା) ଡାକ୍ତରମାନେ ଦେଲେ ଚେତାବନୀ । ଯଦି ଦାବି ପୁରାଣ ନହୁଏ ତେବେ ଆଗାମୀ ଦିନରେ ହେବ ସଂଘାତିକ ପ୍ରତିବାଦ । ବର୍ତ୍ତମାନ ଓମସା ଡାକ୍ତରମାନେ ଦିନକୁ ଏକ ଘଂଟା ଓପିଡି ବନ୍ଦ କରୁଥିବା ବେଳେ ଜାନୁଆରୀ ୫ ତାରିଖ ଠାରୁ ଦିନକୁ ଦୁଇ ଘଣ୍ଟା (ସକାଳ 9ଟାରୁ ଦିନ 11ଟା) ବନ୍ଦ ରଖିବେ ଓପିଡି । ଓମସା ସଭାପତି ଡାକ୍ତର କିଶୋର ମିଶ୍ର କହିଛନ୍ତି, “ଇସ୍ତଫାପତ୍ର ସଂଗ୍ରହ ଆରମ୍ଭ କରିଛି ଓମସା । ନୂଆ ବର୍ଷ ପରେ ଓମସା ଡାକ୍ତରମାନେ ସମୂହ ଇସ୍ତଫା ପତ୍ର ଓମସା ପାଖରେ ଦଖଲ କରିବେ । ଓମସା ଏହି ଇସ୍ତଫାପତ୍ର ସରକାରଙ୍କ ପାଖକୁ ପଠାଇବେ । ସରକାର ଏ ଯାଏଁ ଡାକ୍ତରଙ୍କ ଦାବି ଉପରେ ଆଲୋଚନା କରି ନଥିବାରୁ ଆଉ ସରକାରୀ ଚାକିରୀରେ ରହିବେନି ଡାକ୍ତର । ଜାନୁଆରୀ ୫ ଯାଏଁ ଡେଡଲାଇନ ଦେଇଛି ଓମସା ।