ଜାପାନକୁ ମିଳିଗଲା ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ
ଜାପାନ ସଂସଦରେ ପ୍ରଧାନମନ୍ତ୍ରୀ ଭାବେ ସାନାଏ ତାକାଇଚି ନିର୍ବାଚିତ ହୋଇଛନ୍ତି । ଫଳରେ ଜାପାନର ପ୍ରଥମ ମହିଳା ପ୍ରାଧାନମନ୍ତ୍ରୀ ହୋଇଛନ୍ତି ସାନାଏ । ଲିବେରାଲ୍ ଡେମୋକ୍ରାଟିକ୍ ପାର୍ଟିର ନେତ୍ରୀ ସାନାଏ । ପ୍ରଥମ ପର୍ଯ୍ୟାୟ ଭୋଟରେ ବିଜୟୀ ହେବା ପରେ ତାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଘୋଷଣା କରାଯାଇଛି । ୪୬୫ ସଦସୀୟ ସଦନରେ ୨୩୭ ଭୋଟ ହାସଲ କରିଛନ୍ତି । ସେ ଜାପାନର ଜାପାନର ୫ମ ପ୍ରଧାନମନ୍ତ୍ରୀ ହେବେ । ଜାପାନର ପୁରୁଷ ପ୍ରାଧାନ୍ୟ ରାଜନୀତିରେ ଏହା ଐତିହାସିକ ସଫଳତା ବୋଲି କୁହାଯାଉଛି ।
ସାମ୍ବିଧାନିକ ସଂଶୋଧନ, ଶକ୍ତିଶାଳୀ ସେନା, ୟାସୁକୁନି ମନ୍ଦିର ପରିଦର୍ଶନ, କଠୋର ଅନୁପ୍ରବେଶ ନିୟନ୍ତ୍ରଣ ଏବଂ ସମଲିଙ୍ଗୀ ବିବାହକୁ ବିରୋଧ କରି ଚର୍ଚ୍ଚାକୁ ଆସିଥିଲେ ଟାକାଇଚି । ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ସିଞ୍ଜୋ ଆବେଙ୍କ ଦୃଢ ସମର୍ଥକ ତଥା ସହଯୋଗୀ ଥିଲେ । ଚଳିତ ବର୍ଷ ଆରମ୍ଭରେ ସେ LDPର ସଭାପତି ହୋଇଥିଲେ । ଏହି ସମୟରେ ବିଦାୟୀ ଜାପାନୀ ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବା ତାଙ୍କ କ୍ୟାବିନେଟ ସହିତ ଇସ୍ତଫା ଦେଇଛନ୍ତି ।ସୋମବାର ସନ୍ଧ୍ୟାରେ ଏଲଡିପି ନେତା ତାକାଇଚି ସାନାଏ ଏବଂ ଜାପାନ ଇନୋଭେସନ୍ ପାର୍ଟି ନେତା ୟୋଶିମୁରା ହିରୋଫୁମିଙ୍କ ମଧ୍ୟରେ ଡାଏଟରେ ଏକ ବୈଠକ ସମୟରେ ଏହି ଚୁକ୍ତିନାମା ସମ୍ପର୍କରେ ଆନୁଷ୍ଠାନିକ ଭାବରେ ଘୋଷଣା କରାଯାଇଛି । ଦୁଇ ଦଳ ଆର୍ଥିକ ସଂସ୍କାର, ବୈଦେଶିକ ବ୍ୟାପାର, ଜାତୀୟ ସୁରକ୍ଷା ଏବଂ ଶକ୍ତି ସମେତ ନୀତିଗତ କ୍ଷେତ୍ର ସମେତ ବ୍ୟାପକ କ୍ଷେତ୍ରରେ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।
