ଜାପାନରେ ହୋଇଥିବା ଭୂକମ୍ପରେ JR NTR ଅତ୍ୟନ୍ତ ଦୁଃଖିତ।

ନିକଟରେ ପରିବାର ସହ ଜାପାନ ବୁଲିବାକୁ ଯାଇଥିଲେ ଦକ୍ଷିଣ ଭାରତୀୟ ସିନେମାର ସୁପରଷ୍ଟାର ଜୁନିୟର ଏନ୍‌ଟିଆର୍‌। ହେଲେ ନୂଆ ବର୍ଷରେ ଶକ୍ତିଶାଳୀ ଭୂକମ୍ପ ଝଟ୍‌କାରେ ଥରିଥିଲା ଜାପାନ। ଏଥିରେ ଶହ ଶହ ସଂଖ୍ୟାରେ ଲୋକ ଫସି ରହିଥିବା ବେଳେ ୩୦ଜଣଙ୍କ ମୃତ୍ୟୁ ଘଟିିଥିବା ଖବର ଆସିଥିଲା। ଅଭିନେତା ନିଜେ ତାଙ୍କ ଅଫିସିଆଲ୍ ଏକ୍ସ ଆକାଉଣ୍ଟରେ ଜାପାନ ଛୁଟି ବିଷୟରେ ସୂଚନା ଦେଇଛନ୍ତି। ଜାନୁଆରୀ ୨ରେ ସେ X ରେ ଏକ ବିବୃତ୍ତି ସେୟାର କରି କହିଥିଲେ ଯେ ସେ ଘରକୁ ଫେରିଛନ୍ତି ।ସୂଚନାଯୋଗ୍ୟ ଯେ ଜୁନିଅର ଏନଟିଆର ଏବଂ ତାଙ୍କ ପରିବାର ସଦସ୍ୟମାନେ ଯେତେବେଳେ ପରସ୍ପର ସହିତ କ୍ଵାଲିଟି ଟାଇମ୍‌ ବିତାଇବାକୁ ସେମାନେ ପ୍ରାୟତ ଦେଶ ବାହାରକୁ ଯାଆନ୍ତି ।

୨୦୨୪ ଆରମ୍ଭ ପୂର୍ବରୁ ମଧ୍ୟ ସେ ତାଙ୍କ ପତ୍ନୀ ଏବଂ ସେମାନଙ୍କର ଦୁଇ ସନ୍ତାନଙ୍କ ସହ ଜାପାନରେ ଖ୍ରୀଷ୍ଟମାସ ବିତାଇଥିଲେ, କିନ୍ତୁ ତାଙ୍କର ନୂତନ ବର୍ଷ ଫିକା ପଡିଥିଲା। କାରଣ ବାରମ୍ବାର ସେଠାରେ ଭୂକମ୍ପ ହୋଇଥିଲା ​​। ଏହି ସମୟରେ ତେଲୁଗୁ ଅଭିନେତା ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ଜାନୁଆରୀ ୨ ରେ ଏଟିଆର ଏକ୍ସରେ ଲେଖିଥିଲେ ଜାପନାରୁ ସେ ଆଜି ଘରକୁ ଫେରୁଛନ୍ତି।