ଜାହ୍ନବୀଙ୍କ ସହ ଶିଖର ପାହାଡିଆଙ୍କ ସମ୍ପର୍କ ବିଷୟରେ….

ଅଭିନେତ୍ରୀ ଜାହ୍ନବୀ କପୁର ବର୍ତ୍ତମାନ ସେ ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହରଙ୍କ ଟକ୍ ସୋ କଫି ଉଇଥ୍ କରଣ-୮କୁ ଆସିଥିଲେ । ସେଠାରେ ଅନେକ ସେଲିବ୍ରିଟି ସୋ’କୁ ଆସି ସେମାନଙ୍କର ବୃତ୍ତିଗତ ଜୀବନ ତଥା ବ୍ୟକ୍ତିଗତ ଜୀବନ ସହ ଜଡିତ ଅନେକ ରହସ୍ୟ ପ୍ରକାଶ କରିଛନ୍ତି, ଯାହାକୁ ନେଇ ବାଦ- ବିବାଦ ମଧ୍ୟ ହୋଇଛି। ଉଭୟ ଜହ୍ନବୀ କପୁର ଏବଂ ଖୁସୀ କପୁର କରଣଙ୍କ ସହ ଏହି ମଞ୍ଚରେ ଥିଲେ । ସୋ’ର ରାପିଡ୍ ଫାୟାର ରାଉଣ୍ଡ‌ରେ କରଣ ପଚାରିଥିବା ପ୍ରଶ୍ନର ଉତ୍ତର ଦେଇ ଜାହ୍ନବୀ ଭୁଲରେ ନିଜ ପ୍ରେମିକ ଶିଖରଙ୍କ ନାମ କହି ଦେଇଥିଲେ । ଯାହାର ଭିଡିଓରେ ଏବେ ଦେଖିବାକୁ ମିଳିଛି ।

କରଣ ଅଭିନେତ୍ରୀଙ୍କୁ ପଚାରିଥିଲେ ଯେ ସେ ମୋବାଇଲରେ ସ୍ପିଡ ଡାଏଲରେ କେଉଁ ତିନି ଜଣଙ୍କ ନମ୍ବର ସେଭ କରିଛନ୍ତି । ଏହା ଉପରେ ଅଭିନେତ୍ରୀ ତାଙ୍କ ପିତାଙ୍କ ନାମ ବୋନି କପୁରଙ୍କୁ ଏକ ନମ୍ବରରେ, ତାଙ୍କ ଭଉଣୀର ନାମ ଖୁସୀ କପୁର ଦୁଇ ନମ୍ବରରେ ଏବଂ ତାଙ୍କ ପ୍ରେମିକା ଶିଖୁ ଅର୍ଥାତ୍‌ (ଶିଖର ପାହାଡିଆ)ଙ୍କୁ ତୃତୀୟ ନମ୍ବରରେ ନେଇଥିଲେ। କରଣ ଜୋହର ଶିଖରଙ୍କ ନାମ ଶୁଣିବା ମାତ୍ରେ ନାଚିବା ଆରମ୍ଭ କରିଥିଲେ।