ଜିଓ ତା’ର ପ୍ରିପେଡ୍‌ ମୋବାଇଲ ଗ୍ରାହକମାନଙ୍କ ପାଇଁ ଏକ ସ୍ବତନ୍ତ୍ର ବାର୍ଷିକୀ ଅଫର ଆଣିଛି

ଦେଶର ପ୍ରମୁଖ ଘରୋଇ ଟେଲିକମ୍‌ ସେବା ପ୍ରଦାନକାରୀ ସଂସ୍ଥା ରିଲାଏନ୍ସ ଜିଓର ୮ମ ପୂର୍ତ୍ତି ଉତ୍ସବ ଗୁରୁବାର ପାଳିତ ହୋଇଯାଇଛି। ବ୍ୟବସାୟିକ ଭାବେ ରିଲାଏନ୍ସ ଜିଓ ଭାରତରେ ସେବା ଆରମ୍ଭ କରିବାର ୮ବର୍ଷ ପୂରଣ କରିଛି। ଏହି ଅବସରରେ କମ୍ପାନୀ ପକ୍ଷରୁ ଦିଆଯାଉଛି ସ୍ୱତନ୍ତ୍ର ଅଫର। କେତେକ ନିର୍ଦିଷ୍ଟ ରିଚାର୍ଜ ପ୍ଲାନ୍‌ ଉପରେ ମିଳୁଛି ଏହି ଅଫର। ସେପ୍ଟେମ୍ବର ୫ରୁ ସେପ୍ଟେମ୍ବର ୧୦, ୨୦୨୪ ପର୍ଯ୍ୟନ୍ତ ଏହି ଅଫର୍‌ର ଲାଭ ଉଠାଇପାରିବେ ଜିଓ ଉପଭୋକ୍ତା। ୮୯୯ ଟଙ୍କା, ୯୯୯ ଟଙ୍କା ଏବଂ ୩୫୯୯ ଟଙ୍କାର ରିଚାର୍ଜ ପ୍ଲାନ୍‌ ଉପରେ ଏହି ଅଫର ଉପଲବ୍ଧ।

ଉଭୟ ୮୯୯ ଟଙ୍କା ଓ ୯୯୯ ଟଙ୍କା ମୂଲ୍ୟର ତିନିମାସିଆ ରିଚାର୍ଜ ପ୍ଳାନରେ ଦୈନିକ ୨ ଜିବି ହାଇସ୍ପିଡ଼ ଡାଟା ମିଳୁଥିବା ବେଳେ ବୈଧତା ଅବଧି ଯଥାକ୍ରମେ ୯୦ ଦିନ ଓ ୯୮ ଦିନ ରହିଛି । ସେହିଭଳି ୩୫୯୯ ଟଙ୍କା ମୂଲ୍ୟର ବାର୍ଷିକ ରିଚାର୍ଜ ପ୍ଲାନର ବୈଧତା ୩୬୫ ଦିନ ରହିଥିବା ବେଳେ ଏଥିରେ ଦୈନିକ ୨.୫ ଜିବି ହାଇସ୍ପିଡ଼ ଡାଟା ଉପଲବ୍ଧ ହେଉଛି ।ପୂର୍ତ୍ତି ଉତ୍ସବ ଅଫରର ଲାଭ ନେଉଥିବା ଜିଓ ଗ୍ରାହକଙ୍କୁ ୧୭୫ଟଙ୍କା ମୂଲ୍ୟର ୧୦ଟି ଓଟିଟି ଆପ୍ସର ସଦସ୍ୟତା ଓ ୧୦ଜିବିର ଅତିରିକ୍ତ ଡାଟା ପ୍ୟାକ୍‌ ମିଳିବ,ଯାହାର ବୈଧତା ୨୮ଦିନ ରହିବ।