ଜିରୋ ନାଇଟ୍ ପାଇଁ ପୋଲିସର କଟକଣା; ରାସ୍ତାକଡ଼ରେ ଉତ୍ସବ ମନା

ନୂଆବର୍ଷ ପାଇଁ ପୋଲିସର ଗାଇଡଲାଇନ ଜାରି । ରାତି ୧୨ଟା ୩୦ ଯାଏ ଜିରୋ ନାଇଟ୍ ସେଲିବ୍ରେସନ। ସୁରକ୍ଷା ପାଇଁ ରାଜଧାନୀରେ ମୁତୟନ ହେବେ ୧୮ ପ୍ଲାଟୁନ ଫୋର୍ସ । ଭୁବନେଶ୍ବରର ୧୮ଟି ସ୍ଥାନରେ ବ୍ଲକିଂ, ଚେକିଂ ହେବ। ସୁରକ୍ଷା ତଦାରଖ କରିବେ ୨୯ଟି ୱାଚ ପାଟ୍ରୋଲିଂ ଟିମ୍ ।ନୂଆବର୍ଷ ସେଲିବ୍ରେସନ୍ କରୁଥିବା ହୋଟେଲ, କ୍ଲବ ଦିକୁ ସମସ୍ତ ପୋଲିସ ଥାନା ଚିହ୍ନଟ କରିବେ । ସେଲିବ୍ରେସନର ପ୍ରକାରରୁ ନେଇ ସମୟ ସବୁକିଛିର ତଥ୍ୟ ରଖିବ ପୋଲିସ ।ରାସ୍ତା କଡ଼ରେ କୌଣସି ପ୍ରକାର ସେଲିବ୍ରେସନ୍, ଏକାଠି ହେବା, ଅସ୍ଥାୟୀ ମଞ୍ଚ ଏବଂ ମ୍ୟୁଜିକ୍ ଲଗାଇବାକୁ କୌଣସି ପରିସ୍ଥିତିରେ ଅନୁମତି ଦିଆଯିବ ନାହିଁ ।୪ଟି କ୍ୟୁଆରଟି ଟିମ୍ ବିଭିନ୍ନ ସ୍ଥାନରେ ପଇଁତରା ମାରିବେ । ଏହାସହ ୫ଟି ଟୁରିଷ୍ଟ ଲୋକେସନରେ ପୋଲିସ ପ୍ରହରା ଦେବ । ମଦ ପିଇ ହଙ୍ଗାମା କଲେ ପୋଲିସ ସାବାଡ କରିବ ବୋଲି କହିଛନ୍ତି ପୋଲିସ କମିଶନର ଏସ୍.ଦେବଦତ୍ତ ସିଂ ।ଜିରୋ ନାଇଟ୍ ସମୟରେ ଏନଫୋର୍ସମେଣ୍ଟକୁ କଡ଼ାକଡ଼ି କରାଯିବ । କୌଣସି ବି ପରିସ୍ଥିତିରେ ରାତି ୧୨ଟା ପରେ କେଉଁଠି ମ୍ୟୁଜିକ୍ ବାଜିବ ନାହିଁ । ଏସବୁ ନିୟମ ନ ମାନିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।