ଜିଲ୍ଲସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ଶିକ୍ଷକ ଶୋଭନ କୁମାର ପଣ୍ଡା
ଗଣିଆ (ବିଶ୍ୱରଂଜନ ସେଠି) ମୁଖ୍ୟମନ୍ତ୍ରୀଙ୍କ ଆହ୍ଵାନ ‘ମିଳିବ ସମ୍ମାନ, ବଢିବ ଉତ୍ସାହ, ଆଣିବ ଆଗ୍ରହ ଏହି ନାରାରେ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବାକୁ ଏଲିମେଣ୍ଡାରୀ ସ୍ତରରେ ଗଣିଆ ବ୍ଳକର ୮ ଗୋଟି ପଞ୍ଚାୟତର ସମସ୍ତ ବିଦ୍ୟାଳୟରୁ ଜଣେ ଶିକ୍ଷକ ମନୋନୀତ ହୋଇଛନ୍ତି l ନୟାଗଡ ଜିଲ୍ଲାର ୮ଟି ବ୍ଳକରୁ ଜଣେ ଜଣେଶିକ୍ଷକଙ୍କୁ ପଞ୍ଚସଖା ଶିକ୍ଷା ସେତୁ ସଂଗଠନ ତରଫରୁ ଆସନ୍ତାକାଲି ସେପ୍ଟେମ୍ବର ୫ ତାରିଖ ଗୁରୁଦିବସ ଅବସରରେ ପୁରସ୍କାର ବଣ୍ଟନ କରାଯିବ। ଏହି ଅବସରରେ ଗଣିଆ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠର ଶିକ୍ଷକ ଶୋଭନ କୁମାର ପଣ୍ଡାଙ୍କୁ ଗଣିଆ ବ୍ଳକ ପାଇଁ ମନୋନୀତ କରାଯାଇଥିବା ଜଣାପଡ଼ିଛି । ଶ୍ରୀ ପଣ୍ଡା ଜଣେ ଉତ୍ତମ ଶିକ୍ଷକ ଭାବେ ବେଶ୍ ପରିଚିତ ଥିବା ବେଳେ ଛାତ୍ରବତ୍ସଳ ଭାବେ ମଧ୍ୟ ବେଶ ପରିଚିତ ।ପାଠପଢା ଠାରୁ ଆରମ୍ଭ କରି ବିଭିନ୍ନ ସାଂଗଠନିକ ଦାୟିତ୍ୱ ଓ ବିଦ୍ୟାଳୟର ସମସ୍ତ କାଯ୍ୟକୁ ସୁଚାରୁରୂପେ ନିର୍ବାହ କରିବାରେ ସେ ସବୁବେଳେ କର୍ମ ତତ୍ପର । ଏଭଳି ଖୁସି ଖବର ଜଣାପଡିବା ପରେ ଗଣିଆସ୍ଥିତ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଓ ପ୍ରଧାନଶିକ୍ଷୟତ୍ରୀ ନିହାରବାଳା ରାଉତ ଓ ବିଦ୍ୟାଳୟ ପରିଚାଳନାକମିଟି ସଭାପତି ସମୀର କୁମାର ସାହୁ ତରଫରୁ ତାଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି ।
ତାଙ୍କ ଭଳି ଜଣେ ଏଭଳି ଶିକ୍ଷକଙ୍କୁ ବିଦ୍ୟାଳୟ ପାଇଁ ଖୁବ ଗର୍ବିତ ବୋଲି ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ରାଉତ କହିଛନ୍ତି ।
