ଜେଇ ଙ୍କ ଦବଙ୍ଗଗିରି =ସୂଚନା ମାଗିଲେ ସାମ୍ବାଦିକ ଙ୍କୁ ହତ୍ୟା ଧମକ

ଜଗତସିଂହପୁର ତା =4/9/23ବାଲିକୁଦା ବ୍ଲକ ରେ କାର୍ଯ୍ୟରତ କନିଷ୍ଟ ଯନ୍ତ୍ରୀ ଶ୍ରୀକାନ୍ତ କୁମାର ବେହେରା ଙ୍କ ତତ୍ୱାବଧାନ ରେ କରାଯାଉଥିବା ବିକାଶ ମୂଳକ କାର୍ଯ୍ୟଶୈଳୀ ସମ୍ପର୍କ ରେ କାର୍ଯ୍ୟରତ ସାମ୍ବାଦିକ ଜାମେଶ ଚନ୍ଦ୍ର ଗଛାୟତ ସୂଚନା ଅଧିକାର ଦ୍ୱାରା ସୂଚନା ମାଗିବାକୁ କେନ୍ଦ୍ରକରି କନିଷ୍ଟ ଯନ୍ତ୍ରୀ ଉତକ୍ଷିପ୍ତ ହୋଇ କାର୍ଯ୍ୟରତ ସାମ୍ବାଦିକ କୁ କଣିଆ ବାଲିକୁଦା ରାସ୍ତା ରେ OD06L 5667 ନମ୍ବର ବୁଲେଟଗାଡି ରେ ଆସି ହଠାତ ସାମ୍ବାଦିକ ଜାମେଶ ଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଟୋକା ଲଗାଇ ଜୀବନ ରୁ ମାରିଦେବାକୁ ହତ୍ୟା ଧମକ ଦେଇଛନ୍ତି | ଏ ସମ୍ପର୍କ ରେ ସାମ୍ବାଦିକ ଜାମେଶ ବାଲିକୁଦା ଥାନାରେ ଅଭିଯୋଗ କରିଛନ୍ତି|ସୂଚନା ଥାଉ କି ପୂର୍ବରୁ କନିଷ୍ଟ ଯନ୍ତ୍ରୀ ଶ୍ରୀ କାନ୍ତ କୁମାର ବେହେରା ଏରସମା ବ୍ଲକ ରେ ପଲ୍ଲୀକଣ୍ଟା ପଞ୍ଚାୟତ ଦାଇତ୍ୱ ରେ ଥିଲେ| ଅନେକ ବିକାଶ ମୂଳକ କାର୍ଯ୍ୟ ଆଦୌ କରାନଯାଇ ମିଥ୍ୟା ବିଲ ପ୍ରସ୍ତୁତି କରାଯାଇଥିବା ସଂକ୍ରାନ୍ତ ରେ ସମ୍ବାଦ ପ୍ରସାରଣ କରିଥିଲେ |ଏହି ଘଟଣା କୁ କେନ୍ଦ୍ର କରି କନିଷ୍ଟ ଯନ୍ତ୍ରୀ ସାମ୍ବାଦିକ ଜାମେଶ ଙ୍କୁ ହତ୍ୟା ଧମକ ଦେବା କେତେ ଦୂର ଠିକ ତାହା ସାଧାରଣ ରେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି| ଦୁର୍ନୀତି ଙ୍କୁ ଘଣ୍ଟ ଘୋଡାଇବା ନିମନ୍ତେ କନିଷ୍ଟ ଯନ୍ତ୍ରୀ ଏଭଳି କାଣ୍ଡ ଭିଆଇଛନ୍ତି ନାଁ ପ୍ରଛଦପଟରେ ଆଉ କେଉଁ ମାନେ ନାୟକ ସାଜିଛନ୍ତି ତାହା ତଦନ୍ତ ସାପେକ୍ଷ |ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ