ଜୈବ ବିବିଧତା ପରିଚାଳନା ସମିତିର ପୁର୍ନଗଠନ
ଗଣିଆ (ବିଶ୍ୱରଂଜନ ସେଠି) ଜଳବାୟୁ ପରିବର୍ତନ ଓ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଲକ୍ଷାଧିକ ଲୋକ ପ୍ରଭାବିତ ହେଉଛନ୍ତି । ବାତ୍ୟା ବନ୍ୟା ଭୁସ୍ଫଳନ ପରି ବିପର୍ଯ୍ୟୟରେ ପ୍ରତିବର୍ଷ ଲୋକଙ୍କ ଜୀବନ ଯାଉଛି । ଏହାକୁ ରୋକିବା ପାଇର୍ ଓଡ଼ିଶାର ଜୈବ ବିବିଧତାକୁ ସୁଦୃଢ କରିବା ପାଇଁ ବଣ ଝାଉଁ ଜଙ୍ଗଲ, ବାଲୁକାସ୍ପୁପ, ସୃଷ୍ଟି କରିବା ସହିତ ପାହାଡ଼ିଆ ଅଂଚଳରେ ବ୍ୟାପକ ବୃକ୍ଷ ରୋପଣ ଓ ବର୍ଷା ଜଳ ସଂରକ୍ଷଣ ସୃଷ୍ଟି କରିବା ନିତାନ୍ତ ଜରୁରୀ । ଏହି ପରିପ୍ରେକ୍ଷୀରେ ଗଣିଆ ଗ୍ରାମ ପଂଚାୟତ ସଭାଗୃହରେ ପଂଚାୟତର ସରପଂଚ ଗିରିଧାରୀ ସେଠୀଙ୍କ ସଭପତିତ୍ୱରେ ଜୈବ ବିବିଧତା ପରିଚାଳନା ସମିତିର ଏକ ୧୧ ଜଣିଆ କମିଟି ଗଠାନ କରାଯାଇଥିଲା । ଏଥିରେ ବାଉରୀ ବନ୍ଧୁ ବେହେରାଙ୍କୁ ସଭାପତିଭାବେ ଚୟନ କରାଯାଇଥିବାବେଳେ ଗଣିଆ ବନାଂଚଳ କାର୍ଯ୍ୟାଳୟର ବନପାଳ ସନ୍ତୋଷ କୁମାର ପ୍ରଧାନଙ୍କୁ ସମ୍ପାଦକଭାବେ ମନେନୀତ କରାଯାଇଥିଲା ।

ଅନ୍ୟମାନଙ୍କ ମଧ୍ୟରେ ପ୍ରମିଳା ବେହେରା, ସସ୍ମିତା ଦାଶ, ପ୍ରମିଳା ଅମାୟନ୍ତ, ମମତା ନାୟକ, ସନ୍ତୋଷ କୁମାର ନାୟକ, କଲିମୁଦ୍ଦିନ ଖାଁ, ଗୋବିନ୍ଦ ମହାରଣା, ସଭ୍ୟ ଭାବେ ମନୋନୀତ ହୋଇଥିଲେ । ଜୈବ ସମ୍ପଦ ବ୍ୟବହାର କରୁଥିବା ସ୍ଥାନୀୟ ବୈଦ୍ୟ ଓ ଚିକିତ୍ସକମାନଙ୍କ ସଂମ୍ପର୍କରେ ତଥ୍ୟ ସଂଗ୍ରହ ଓ ସଂରକ୍ଷଣ, ମଂଜୁରୀ ମିଳିଥିବା ସଂରକ୍ଷଣ ଜୈବ ସମ୍ପଦ ଓ ପାରମ୍ପାରିକ ଜୈବ ବିବିଧତା ପରିଚଳନା ସମିତି ସଂପୃକ୍ତ ରହିବ । ନିଜର ନ୍ୟାୟିକ ପରିସର ଅଂଚଳ ମଧ୍ୟରେ ରହିଥିବା ଜୈବ ସମ୍ପଦର ସଂରକ୍ଷଣ ଓ ଦୀର୍ଘସ୍ଥାୟୀ ରହିବାର ଉପଯୋଗିତା, ଜୈବ ବିବିଧତା ପାରମ୍ପରିକ ଜ୍ଞାନ ନଥିଭୁକ୍ତ କରିବା କାର୍ଯ୍ୟରେ ଜୈବ ବିବଧତା ପରିଚାଳନା ସମିତି ସଂପୃକ୍ତି ରହିବା ଭଳି ଜୈବ ବିବିଧତା ପରିଚାଳନା ସମିତିର ଦାୟିତ୍ୱ ତୁଲାଇବା ପାଇଁ ସଭାପତି ଶ୍ରୀଯୁକ୍ତ ବେହେରା ସମସ୍ତଙ୍କୁ ଅନୁରୋଧ କରିଥିଲେ ।
