ଜ୍ୟାକ୍‌ଲିନ୍‌ଙ୍କୁ ଧମକ ଦେଲା ଠକ ସୁକେଶ

୨୦୦କୋଟି ଟଙ୍କାର ଠକେଇ ମାମଲାରେ ଜେଲରେ ବନ୍ଦୀ ଅଛନ୍ତି ମହାଠକ ସୁକେଶ ଚନ୍ଦ୍ରଶେଖର । ଏବେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କୁ ଧମକ ମିଳିଛି। ସୁକେଶ ଜେଲରେ ଥାଇ ବି ଜ୍ୟାକଲିନଙ୍କୁ ଅନେକ ଥର ଚିଠି ଲେଖିଛି।ଅଭିନେତ୍ରୀ ଜ୍ୟାକଲିନ ଫର୍ନାଣ୍ଡିଜଙ୍କ ବିରୋଧରେ କିଛି ଅଣଦେଖା ପ୍ରମାଣକୁ ପ୍ରକାଶ କରିବାକୁ ଧମକ ଦେଇଛନ୍ତି। ନିକଟରେ ଜ୍ୟାକଲିନ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିଶନ ଦାଖଲ କରିଥିଲେ ଯେ ସୁକେଶଙ୍କୁ ତାଙ୍କ ବିରୋଧରେ ସୂଚନା ଦେବା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଉ। ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ଟଙ୍କା ଲଣ୍ଡରିଂ ମାମଲାରେ ତାଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ଏଫଆଇଆର ବାତିଲ କରିବାକୁ ସେ ଅନୁରୋଧ କରିଥିଲେ। ଯାହା ପରେ ସୁକେଶ ରାଗରେ ଏବେ ଅଭିନେତ୍ରୀଙ୍କୁ ଧମକ ଦେଇ କହିଛନ୍ତି ତୁମ ଅସଲ ମୁଖା ଖୋଲିଦେବି ଅଭିନେତ୍ରୀଙ୍କ ଆବେଦନ ପରେ ସୁକେଶ ଜେଲରୁ ଚିଠି ଲେଖି ଜଣାଇଛନ୍ତି।

ହେଲେ ଅଭିନେତ୍ରୀ ଜ୍ୟାକଲିନଙ୍କ ନାମ ସେଥିରେ ଲେଖାଯାଇ ନାହିଁ।ତେବେ ସେ ଏହି ଚିଠିରେ ଲେଖିଛନ୍ତି ଯେ, “ମୁଁ ମୋର ସ୍ୱପ୍ନରେ ମଧ୍ୟ ଏହା ଭାବି ନଥିଲି। ମୋତେ ଧୋକା ଦେଇ ବାହାରେ ବୁଲୁଛ କିନ୍ତୁ ଆଉ ଖୁସିରେ ରହି ପାରିବ ନାହିଁ ” ଚାଟ, ସ୍କ୍ରିନସଟ ଏବଂ ରେକର୍ଡିଂ ସାମ୍ନାକୁ ଆଣିବି । ରିପୋର୍ଟ ଅନୁଯାୟୀ, ସୁକେଶ ଦାବି କରିଛନ୍ତି କି, ଏହି ବ୍ୟକ୍ତିଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ରିଚ୍‌ ବଢଇବା ପାଇଁ ସେ ଅର୍ଥ ପ୍ରଦାନ କରିଛନ୍ତି ।