ଜୟନ୍ତ ମହାପାତ୍ରଙ୍କ କିଛି ଖାସ କଥା

କଟକର ତିନିକୋଣିଆ ବଗିଚାରେ ଏକ ଖ୍ରିଷ୍ଟିଆନ ପରିବାରରେ ସେ ୨୨ ଅକ୍ଟୋବର ୧୯୨୮ରେ ଜନ୍ମ ଗ୍ରହଣ କରିଥିଲେ।ଷ୍ଟିୱାର୍ଟ ସ୍କୁଲରୁ ପ୍ରାଥମିକ ଶିକ୍ଷା ଶେଷ କରିବା ପରେ ରେଭେନ୍ସା କଲେଜରେ ସ୍ନାତକ ଓ ପାଟଣା ବିଶ୍ବବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ଏହାପରେ ସେ ରେଭେନ୍ସା ସମେତ ଗଙ୍ଗାଧର ମେହେର ଓ ବିଜେପି କଲେଜରେ ଅଧ୍ୟାପକ ଭାବେ କାର୍ଯ୍ୟନିର୍ବାହ କରିଥିଲେ। ୧୯୮୬ରେ ସେ ଚାକିରିରୁ ଅବସର ଗ୍ରହଣ କରିଥିଲେ। ଅଧ୍ୟାପନା ସହିତ ଇଂରାଜୀ ସାହିତ୍ୟରେ ତାଙ୍କର ବିଶେଷ ରୁଚି ରହିଥିଲା।

କବି ମହାପାତ୍ର ୧୯୮୧ ମସିହାରେ ତାଙ୍କ କବିତା ପୁସ୍ତକ ‘ରିଲେଶନ୍‌ସିପ୍‌’ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ଇଂରାଜୀ ଭାଷାରେ ସେ ପ୍ରଥମ ଲେଖକ ଭାବେ ଏହି ପୁରସ୍କାର ଅର୍ଜନ କରିଥିଲେ। କବି ମହାପାତ୍ରଙ୍କ ବିୟୋଗରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର ଗଭୀର ଶୋକ ବ୍ୟକ୍ତ କରିବା ସହ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି । ମହାପାତ୍ର ଜଣେ ଉଚ୍ଚକୋଟିର କବି ଥିଲେ