ଜୟପୁର କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କୁ ମାଡ଼
କୋରାପୁଟ ବସଷ୍ଟାଣ୍ଡରେ ଗତ ୧୪ ତାରିଖ ରାତିରେ କଂଗ୍ରେସର ମଶାଲ ଶୋଭାଯାତ୍ରା ବୈଠକ ଆୟୋଜନ କରାଯାଇଥିଲା। ବୈଠକ ପରେ କୃଷ୍ଣ କୁଲଦୀପ ନାମକ ଯୁବକ ହଠାତ ପହଞ୍ଚି ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ଶକ୍ତ ଚାପୁଡ଼ା ମାରିଥିଲେ।ଏହାପରେ ଯୁବକକୁ କାବୁ କରି ପୋଲିସରେ ଜିମା ଦିଆଯାଇଥିଲା ।ଅନ୍ୟପକ୍ଷରେ କୃଷ୍ଣ କୁଲଦୀପ ମଧ୍ୟ ଥାନାରେ ତାରା ପ୍ରସାଦ ବାହିନୀପତି ଓ ତାଙ୍କ ଦୁଇ ଭାଇ ଟୁନା ବାହିନୀପତି ଏବଂ ଭଗବାନ ବାହିନୀପତିଙ୍କ ନାମରେ ପାଲଟା ଏତଲା ଦେଇଛନ୍ତି । କୃଷ୍ଣ କୁଲଦୀପ ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତିଯେ, ତାରା ବାହିନୀପତି ଓ ତାଙ୍କ ୨ ଭାଇ ମତେ ମାରିବାକୁ ଷଡ଼ଯନ୍ତ୍ର କରିଥିଲେ । ସେ ବିଷୟରେ ବୁଝିବାକୁ ଯିବାବେଳେ ତାରାବାହିନୀପତିଙ୍କ ଲୋକମାନେ ମତେ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରି ଜୀବନରେ ମାରିଦେବାକୁ ଧମକ ଦେବା ସହ ନିସ୍ତୁକ ମାଡ଼ ମାରିଥିଲେ । ଏନେଇ ତାରାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ତେବେ ସୋସିଆଲ ମିଡିଆରେ ଏହି ଭିଡିଓ ଏବେ ଭାଇରାଲ ହେବାର ଲାଗିଛି । ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।
