ଜୟପୁର କୋର୍ଟରେ ଆତ୍ମସମର୍ପଣ କଲେ ନିଲମ୍ବିତ ଥାନା ଅଧିକାରୀ ରାଜେଶ ବଳିଆର ସିଂ, ଜେରା ବେଳେ ଚକମା ଦେଇ ଫେରାର ଥିଲେ ।
କୋଣାର୍କ:- 02/03/2026 କୋରାପୁଟ ଜିଲ୍ଲା କୋର୍ଟରେ ଆତ୍ମସମର୍ପଣ କଲେ ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନାର ନିଲମ୍ବିତ ଥାନା ଅଧିକାରୀ ରାଜେଶ ବଳିଆର ସିଂ । ଚୋରା ଗଞ୍ଜେଇ କାରବାରରେ ସାମିଲ ଥିବା ଅଭିଯୁକ୍ତଙ୍କ ସହ ଲିଙ୍କ୍ ଘଟଣାରେ ଜେରା ବେଳେ ପୁଲିସକୁ ଚକମା ଦେଇ ଖସି ଯାଇଥିଲେ। ଗତବର୍ଷ ଅଗଷ୍ଟ ୧୬ ତାରିଖରୁ ଫୋରାର ଥିଲେ। ସାତ ମାସ ପରେ ଆତ୍ମସମର୍ପଣ କରିଥିବା ସୂଚନା ।ନିଲମ୍ବିତ ପୂର୍ବତନ ଇନ୍ସପେକ୍ଟର ରାଜେଶ କିଛି ଦିନ ହେବ ଅସ୍ତରଙ୍ଗ ଥାନାରେ iic ଭାବେ କାର୍ଯ୍ୟ କରୁଥିବା ବେଳେ ଗତ ଅଗଷ୍ଟ ୧୬ ତାରିଖରେ କଟକରୁ ଉଠାଇ ପଚରା ଉଚରା କରୁଥିବା ବେଳେ ଚମ୍ପଟ ମାରିଥିଲେ।ପୂର୍ବରୁ ୨୦୨୧ ମସିହାରେ କୋରାପୁଟ ଟାଉନ୍ ଥାନାରେ ଜଣେ କୁଖ୍ୟାତ ଗଞ୍ଜେଇ ମାଫିଆଙ୍କ ସହ ଦୁଇ କୃଷ୍ଣଚନ୍ଦ୍ର ଓ ରାଜେଶଙ୍କର ଲିଙ୍କ୍ରେ ଥିଲା । ଉକ୍ତ ମାଫିଆଙ୍କ କଥାରେ ଏହି ଦୁଇ ଜଣ ପୁଲିସ୍ ବାବୁ ଅନ୍ୟ ଗଞ୍ଜେଇ ବେପାରୀଙ୍କୁ ଧରୁଥିଲେ। ଏହି ସମୟରେ ଜଣେ ଗଞ୍ଜେଇ ବେପାରୀର ପୁଲିସ୍ ହେପାଜତ(ଥାନା ବାହାରେ) ମୃତ୍ୟୁ ହୋଇଥିଲା । ତେବେ ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ କରି କିଛି ଟେର ପାଇ ନଥିଲା । ଏହି ସମୟରେ ମାମଲା କ୍ରାଇମ୍ବ୍ରାଞ୍ଚକ କୁ(ସିଆଇଡିସିବି୧୭/୨୦୨୧) ଯାଇଥିଲା । ଏହା ପରେ ଦୁଇ ଜଣ ବାବୁ କେରାପୁଟରୁ ବଦଳି ହୋଇ ହୋଇ ପୁରୀ ପଳାଇ ଆସିଥିଲେ । ଦୀର୍ଘ ଦିନ ତଦନ୍ତ ପରେ କ୍ରାଇମ୍ବ୍ରାଞ୍ଚ ଗଞ୍ଜେଇ ମାଫିଆଙ୍କ ଲିଙ୍କ୍ ପାଇଥିଲା । ଉକ୍ତ ମାଫିଆଙ୍କଠାରୁ ଇନ୍ସପେକ୍ଟର ରାଜେଶ ଓ ଏଏସ୍ଆଇ କୃଷ୍ଣଚନ୍ଦ୍ରଙ୍କୁ ଧରିବାକୁ ଯୋଜନା କରିଥିଲା ।ଭୁନନେଶ୍ୱର କ୍ୟାପିଟାଲ ଥାନାରେ ପଚରାଉଚରା ବେଳର ପରିସ୍ରା ବାହାନାରେ ରାଜେଶ ପୁଲିସ୍କୁ ଚକମା ଦେଇ ଫେରାର ହୋଇ ଯାଇଥିଲା ।ଆଜି କୋରାପୁଟ ଜିଲ୍ଲା କୋର୍ଟରେ ଆତ୍ମସମର୍ପଣ କରିଛନ୍ତି।
