ଜୟ ଢୋଲକିଆ ବିଜେପିରେ ମିଶିଲା ପରେ ବରିଷ୍ଠ ବିଜେଡି ନେତା ପ୍ରତାପ ଜେନା ବଡ ବୟାନ
ବିଜେପିରେ ଜୟ ଢୋଲକିଆ ମିଶିବା ନେଇ ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ହୋଇଛି। ବରିଷ୍ଠ ବିଜେଡି ନେତା ପ୍ରତାପ ଜେନା କହିଛନ୍ତି, ଜୟ କହିଥିଲେ ନବୀନ ମୋ ନେତା। ହେଲେ ବିଜେପିରେ ମିଶିଲେ। ଏହାର କୌଣସି ପ୍ରଭାବ ନିର୍ବାଚନରେ ପଡ଼ିବ ନାହିଁ। ଜୟଙ୍କ ମୁଖା ଖୋଲିଗଲା। ସେ କହିଛନ୍ତି, ନୂଆପଡାବାସୀ ସବୁ କିଛି ଦେଖୁଛନ୍ତି । ଠିକ ସମୟରେ ନୂଆପଡାବାସୀ ଜବାବ ଦେବେ । ପ୍ରାର୍ଥୀ ନମିଳିବାରୁ ବିଜେପି ଘୋଡା ବେପାର କରିଛି । ଜୟଙ୍କ ପ୍ରଭାବ ନୂଆପଡାରେ ରହିବ ନାହିଁ । ସୂଚନାଥାଉକି, ଆଜି ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ବିଜେପିରେ ମିଶିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ପଦ୍ମ ଧରି ବିଜେପିରେ ସାମିଲ ହୋଇଛନ୍ତି ଜୟ ଢୋଲକିଆ ।
