ଝାଡେଶ୍ଵର୍ ମନ୍ଦିର ବିଷୟରେ କିଛି ମାଳିକା ବର୍ଣ୍ଣିତ କଥା !!ଆସନ୍ତୁ ଜାଣିବା ମାଳିକାର ଏହି ମନ୍ଦିର ର କଣ ସମ୍ପର୍କ ରହିଛି ।

ଅମରାବତୀ ଗଡର ରାଜା ବସୁ କଳ୍ପ ଏହାକୁ ନିର୍ମାଣ କରିଥିଲେ ।ରାଜା ଠାକୁରଙ୍କ ସେବା ପାଇଁ ୩୬୦ ଏକର ଜମି ଖଞ୍ଜି ଦେଇଥିଲେ ।କେବଳ ପଣ୍ଡବମାନଙ୍କୁ ୧୦୦ଏକର ଜମି ଯାଗିର ଦିଆଯାଇଥିଲା ।ଠାକୁର ଙ୍କ ପାଖରେ ମୁଆଁ ,ପିଠା, ଓ ଅଲଣା ,ଖେଚୁଡ଼ି ଭୋଗ ହେଉଥିବାରୁ ତାଙ୍କୁ ଅଲଣାଖିଆ ବା ଅଲନେସ୍ୱର ମହାଦେବ ବୋଲି କୁହା ଯାଏ ।

କୁହାଯାଏ ଜଙ୍ଗଲ ଟୁଙ୍କା ଖୋଳୁ ଖୋଳୁ ଜଣେ ସବରର ଖଣତିବାଜି ଲିଙ୍ଗଟିରୁ ରକ୍ତ ବହିବାରୁ ସେ ସ୍ଥାନକୁ ଖୋଲାଯାଇ ଲିଙ୍ଗ ଟି ଆବିଷ୍କୃତ ହୋଇଥିଲା ।ପ୍ରକୃତରେ ଏହା ଗଙ୍ଗ ରାଜତ୍ଵ ରେ ନିର୍ମିତ ଏକ ଲିଙ୍ଗ ଶୂନ୍ୟ ଯୋନିପଟ୍ଟମ ଶିବ ମନ୍ଦିର ଅଟେ ।

ହାଡ଼ି ଦାସ ଙ୍କ ମାଲିକରେ ଲେଖା ଅଛି ଯେ,ଯେଉଁ ଦିନ ଜଗନ୍ନାଥ ପୁରୀ ଛାଡ଼ି ଛତିଆ ଆସିବେ ,ସେବେ ସେ ଝଡେଶ୍ୱର ଠାରେ ଅଟକି ଲୋକନାଥ ପାଲଟିବେ ଓ ଆଣ୍ଠୁଆ ଗୋପାଳ ମନ୍ଦିର ବା ଗୋପାଳ ବେଢ଼ା ଟି ସାକ୍ଷୀ ଗୋପାଳ ନାମରେ ଖ୍ୟାତ ହେବ ।।