ଝିଅ ଇରାଙ୍କ ବିବାହରେ ପୂର୍ବ ପତ୍ନୀଙ୍କୁ କିସ୍ କଲେ ଅମୀର ଖାନ୍‌

ଜାନୁଆରୀ ୩ ଅଭିନେତା ଅମୀର ଖାନଙ୍କ ପାଇଁ ଏକ ବିଶେଷ ଦିନ ଥିଲା। ଅମୀରଙ୍କ ଝିଅ ଇରା ଖାନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।ଉଭୟଙ୍କ କୋର୍ଟରେ ବିବାହ ହୋଇଛି। ସୋସିଆଲ ମିଡିଆରେ ଇରା ଏବଂ ନୁପୁରଙ୍କ ବିବାହ ଫଟୋ ଭାଇରାଲ ହେଉଛି। ଝିଅ ଇରାଙ୍କ ବିବାହରେ ଅମିରଙ୍କୁ ମଜାଦାର ଶୈଳୀରେ ଦେଖିବାକୁ ମିଳିଥିଲା। ସେ ସମସ୍ତଙ୍କ ସହ ନାଚି ଥିଲେ। ସୋସିଆଲ ମିଡିଆରେ ଅମିରଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ ହେଉଛି। ନିକଟରେ ଅମୀର ତାଙ୍କ ଲାଡଲୀଙ୍କ ବିବାହ ପାଇଁ ଏକ କ୍ରିମ ରଙ୍ଗର ଧୋତି କୁର୍ତ୍ତା ପିନ୍ଧିଥିଲେ। ଏହା ସହିତ ସେ ଏକ ମେଳ ଖାଉଥିବା ଶଲ ଏବଂ ହାଲୁକା ଗୋଲାପୀ ରଙ୍ଗର ପଗଡି ପିନ୍ଧିଥିଲେ । ଏହି ଲୁକରେ ବହୁତ ସୁନ୍ଦର ଦେଖାଯାଉଥିଲେ । ଏହି ସମୟ ଅମୀର ତାଙ୍କ ପୂର୍ବତନ ପତ୍ନୀ କିରଣ ରାଓଙ୍କୁ କିସ୍‌ ଦେଉଥିବାର ନଜର ଆସିଥିଲେ । ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଜାନୁଆରୀ ୩ରେ ମୁମ୍ବାଇରେ ଇରା ଖାନ ଏବଂ ନୁପୁର ଶିଖରେ ବିବାହ କରିଥିଲେ। ବର୍ତ୍ତମାନ ଏହି ଦମ୍ପତି ଖୁବ ଶୀଘ୍ର ଉଦୟପୁରରେ ଗନ୍ତବ୍ୟ ସ୍ଥଳକୁ ଯିବେ। ମହାରାଷ୍ଟ୍ରର ରୀତିନୀତି ଅନୁଯାୟୀ ଇରା ଏବଂ ନୁପୁର ଜାନୁଆରୀ ୮ରେ ବିବାହ କରିବେ। ପରିବାର ଏବଂ କିଛି ବିଶେଷ ବନ୍ଧୁ ଏହି ବିବାହ ଉତ୍ସବରେ ଯୋଗଦେବେ। ମୁମ୍ବାଇରେ ବଲିଉଡ ସେଲିବ୍ରିଟିମାନଙ୍କ ପାଇଁ ଏକ ରିସେପ୍ସନ ଆୟୋଜନ କରାଯିବ।