ଝିଅ ଓ ସ୍ବାମୀ ସହିତ ଭଗବାନ ରାମଲଲ୍ଲାଙ୍କ ଦର୍ଶନ କଲେ ପ୍ରିୟଙ୍କା

ଅନେକ ଦିନପରେ ଭାରତ ଫେରି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ନିକ ଜୋନସ ଝିଅ ମାଳତୀ ମେରୀ ଚୋପ୍ରାଙ୍କ ସହିତ ଅଯୋଧ୍ୟାରେ ପହଞ୍ଚି ପ୍ରଭୁ ରାମଲଲ୍ଲାଙ୍କ ଦର୍ଶନ କରିଥିଲେ।ପ୍ରିୟଙ୍କାଙ୍କ ସହ ତାଙ୍କ ମା’ ମଧୁ ଚୋପ୍ରା ମଧ୍ୟ ଅଯୋଧ୍ୟା ଯାଇଥିଲେ । ସୋସିଆଲ ମିଡିଆରେ ପ୍ରିୟଙ୍କାଙ୍କ ପାରିବାରିକ ଭିଡିଓ ଏବଂ ଫଟୋ ଭାଇରାଲ ହୋଇଛି। ପ୍ରିୟଙ୍କା ଚୋପ୍ରା ହଳଦିଆ ରଙ୍ଗର ଶାଢି ପିନ୍ଧିଥିବାର ନଜର ଆସିଛନ୍ତି।

ଏଥିସହିତ, ନିକ ଜୋନାସଙ୍କୁ ପାରମ୍ପରିକ ଅବତାରରେ ଧଳା ରଙ୍ଗର କୁର୍ତ୍ତା-ପାଇଜାମାରେ ମଧ୍ୟ ଦେଖିବାକୁ ମିଳିଥିଲା।କିଛିଦିନ ପୂର୍ବରୁ ପ୍ରିୟଙ୍କାଙ୍କ ସ୍ବାମୀ ନିକ ଜୋନସ ମୁମ୍ବାଇରେ ପହଞ୍ଚିଥିଲେ। ମୁମ୍ବାଇ ଆସିବା ପରେ ପ୍ରିୟଙ୍କାଙ୍କୁ ଅନେକ କାର୍ଯ୍ୟକ୍ରମ‌ରେ ଦେଖିବାକୁ ମିଳିଛି। ସର୍ବପ୍ରଥମେ ସେ ତାଙ୍କ ଅଳଙ୍କାର କମ୍ପାନିର ଉଦଘାଟନ କରିଥିଲେ।