ଟ୍ରେନ୍‌ ଯାତ୍ରୀଙ୍କ ପାଇଁ ଖୁସିଖବର: କନଫର୍ମ ଟ୍ରେନ୍ ଟିକେଟ୍ ତାରିଖ ପରିବର୍ତ୍ତନ କରିପାରିବେ ଯାତ୍ରୀ

ଯାତ୍ରା ଯୋଜନାରେ ଅନେକ ସମୟରେ ଅବାଞ୍ଛିତ ପରିବର୍ତ୍ତନ ଯୋଗୁ ଯାତ୍ରୀମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏ ବାବଦରେ ଯାତ୍ରୀ ଆର୍ଥତ୍କ କ୍ଷତି ସହିଥାନ୍ତି। ତେବେ ରେଲଓ୍ବେ ଆଣିଥିବା ନୂଆ ନିୟମରେ ଟିକେଟ ବୁକ୍‌ କରିଥିବା ଯାତ୍ରୀ ଯାତ୍ରା ତାରିଖ ବଦଳାଇବା ପାଇଁ ସୁଯୋଗ ପାଇବେ।ଏହା ବ୍ୟତୀତ, କନଫର୍ମ ଟିକେଟ୍ ତାରିଖରେ ପରିବର୍ତ୍ତନ କରିବା ପାଇଁ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ । ଏହାର ଅର୍ଥ ହେଉଛି ଯଦି ଆପଣଙ୍କ ଯଦି କୌଣସି ତାରିଖରେ କନଫର୍ମ ଟିକେଟ୍ ଅଛି ଏବଂ କୌଣସି କାରଣରୁ ଆପଣଙ୍କ ପ୍ଲାନ୍ ପରିବର୍ତ୍ତନ କରି ଯାତ୍ରା ସମୟକୁ ଆଗକୁ ବଢାଇକୁ ନିଶ୍ଚିତ କରନ୍ତି, ତେବେ ଆପଣଙ୍କୁ ନୂଆ ଟିକେଟ୍ କିଣିବାକୁ ପଡ଼ିବ ନାହିଁ ।ଏହା ପୂର୍ବରୁ ବଦଳିଥିଲା ଆଗୁଆ ଟ୍ରେନ ଟିକେଟ ବୁକିଂ ନିୟମ। ଆଡଭାନ୍ସ ରିଜର୍ଭେସନ ଟିକେଟ ବୁକିଂ ପାଇଁ ନୂଆ ନିୟମ ଲାଗୁ ହୋଇଥିଲା । ଏଣିକି କେବଳ ୨ ମାସ, ଅର୍ଥାତ ୬୦ ଦିନ ପୂର୍ବରୁ ଆପଣ ଟ୍ରେନରେ ଦୂର ସ୍ଥାନକୁ ଯାତ୍ରା ପାଇଁ ଯୋଜନା କରିପାରିବେ। ପୂର୍ବରୁ ଏହି ସମୟ ସୀମା ୪ ମାସ, ଅର୍ଥାତ ୧୨୦ ଦିନ ଥିଲା। ଏବେ ଅଗ୍ରୀମ ରିଜର୍ଭେସନ ଟିକେଟ ବୁକିଂ ସମୟ ସୀମାକୁ ହ୍ରାସ କରିଥିଲା ଭାରତୀୟ ରେଳବାଇ। ବର୍ତ୍ତମାନ ଏଥିରେ ବଡ଼ ପରିବର୍ତ୍ତନ ହୋଇଛି। ଯାହାଦ୍ୱାରା ଯାତ୍ରୀମାନେ ଟ୍ରେନରେ ଯାତ୍ରା ସମୟରେ ସୁବିଧାରେ ଯାତ୍ରା କରିପାରିବେ।