ଟ୍ରାଫିକ କନଷ୍ଟେବଲ ଶୁଭମିତ୍ରା ହତ୍ୟାକାଣ୍ଡରେ ନୂଆ ଟ୍ବିଷ୍ଟ

କନଷ୍ଟେବଳ ଶୁଭମିତ୍ରା ସାହୁ ହତ୍ୟା ମାମଲା ନୂଆ ମୋଡ଼ ନେଇଛି। ସ୍ଵାମୀ ତଥା ଅଭିଯୁକ୍ତ ଦୀପକଙ୍କଠାରୁ ଶୁଭମିତ୍ରା ୨୦ ଲକ୍ଷ ଟଙ୍କା ଦାବି କରୁଥିବା ପୁଲିସକୁ ତଥ୍ୟ ହସ୍ତଗତ ହୋଇଛି। ଉଭୟଙ୍କ ହ୍ବାଟ୍ସଆପ ଚାଟ୍‌ରୁ ଏହି ତଥ୍ୟ ଜଣାପଡ଼ିବା କୁହାଯାଉଛି।ହତ୍ୟାକାଣ୍ଡ ପରେ ପ୍ରାଥମିକ ତଦନ୍ତରୁ ଦୀପକ ଶୁଭମିତ୍ରାଙ୍କଠାରୁ ୧୦ ଲକ୍ଷ ଟଙ୍କା ନେଇଥିଲେ ଏବଂ ସେ ଫେରସ୍ତ ମାଗିବାରୁ ଦୀପକ ତାଙ୍କୁ ହତ୍ୟା କରିଥିଲେ ବୋଲି ଜଣାପଡ଼ିଥିଲା। ଏ ନେଇ ପୁଲିସ ବି ସ୍ପଷ୍ଟ କରିଥିଲା। କିନ୍ତୁ ଏବେ ନୂଆ ମିଳିବା ମାମଲାକୁ ଭିନ୍ନ ମୋଡ଼ ଦେଇଛି। ଶୁଭମିତ୍ରାଙ୍କ ମା’ ଦୀପକଙ୍କଠାରୁ ଏହି ଅର୍ଥ ଆଣିବାକୁ କହୁଥିଲେ ବୋଲି ପୁଲିସଠାରୁ ସୂଚନା ମିଳିଛି।ଶୁଭମିତ୍ରା ଏହି ଟଙ୍କା ତାଙ୍କ ଭାଇ ନନ୍ଦୁଙ୍କୁ ଦେବାକୁ କହି ଚାପ ପକାଉଥିବାର ଚାଟିଙ୍ଗ ମଧ୍ୟ ପାଇଛି ପୁଲିସ । ଏପରିକି ଶୁଭମିତ୍ରା ଓ ତାଙ୍କ ମା’ ଏନେଇ ଦୀପକଙ୍କ ବେକରେ ଛୁରୀ ଲଗାଇ ଦେଇଥିଲେ। ଯାହାକୁ ନେଇ ଦୀପକ ନିଜ ହ୍ବାଟ୍ସଆପ ୱାଲରେ ଚାଟିଙ୍ଗରେ ଲେଖିଥିଲେ । ଶୁଭମିତ୍ରା ଓ ଦୀପକ ଭିତରେ ହୋଇଥିବା ଏହି ଚାଟିଙ୍ଗ ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ପାଇଛି ପୁଲିସ । ତେବେ ଅନେକ ଗୁଡିଏ ଅସମାହିତ ଦିଗକୁ ନେଇ, ପୁଲିସ ଏବେବି ଖୋଳତାଡ଼ ଜାରି ରଖିଥିବା ପୁଲିସ କମିସନର କହିଛନ୍ତି ।ଅନ୍ୟପଟେ ଦୀପକ ଶୁଭମିତ୍ରାଙ୍କ ନାମରେ ବୀମା କରାଇଥିବା ଜଣାପଡ଼ିଛି। ହତ୍ୟା କଲେ ବୀମା ଅର୍ଥ ମିଳିବନି ବୋଲି ଦୀପକ ଜାଣିଥିଲେ। ସେପଟେ ହତ୍ୟାକାଣ୍ଡ ଦିନ ଉଭୟଙ୍କ ମଧ୍ୟରେ ୟୁନିଟ-୬ ଅଞ୍ଚଳରେ କାର ଭିତରେ ୪୦ ମିନିଟ ଧରି ପାଟିତୁଣ୍ଡ ହୋଇଥିଲା। ଏହି ସମୟରେ ଶୁଭମିତ୍ରା ଦୀପକଙ୍କୁ ଗୋଇଠା ମାରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଦୀପକ ଶୁଭମିତ୍ରାଙ୍କୁ ହତ୍ୟା କରିଥିଲେ।