ଟ୍ୟାଙ୍କରକୁ ଧକ୍କା ଦେଇ ବସରେ ଲାଗିଲା ନିଆଁ, ୪୦ରୁ ଅଧିକ ଭାରତୀୟ ଜିବନ୍ତ ଦଗ୍ଧ

ସାଉଦି ଆରବରେ ଏକ ଭୟଙ୍କର ବସ୍ ଦୁର୍ଘଟଣା ଘଟିଛି । ବସରେ ନିଆଁ ଲାଗିଯିବାରୁ ୪୦ରୁ ଅଧିକ ଭାରତୀୟ ପ୍ରାଣ ହରାଇଥିବା ସୂଚନା ମିଳିଛି । ତୀର୍ଥସ୍ଥାନ ବୁଲିଯାଇଥିବା ଭାରତୀୟଙ୍କ ଏକ ବସକୁ ଡିଜେଲ ଟ୍ୟାଙ୍କର ଧକ୍କା ଦେଇଥିଲା । ଫଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା ।ଘଟଣାଟି ସମୟ ପ୍ରାୟ ୧:୩୦ ସମୟରେ ମୁଫ୍ରିହାଟରେ ଘଟିଥିଲା । ବସ୍‌ରେ ଥିବା ସମସ୍ତ ଯାତ୍ରୀ ହାଇଦ୍ରାବାଦର ବାସିନ୍ଦା ବୋଲି କୁହାଯାଉଛି, ଯେଉଁଥିରେ ମହିଳା, ଶିଶୁ ଏବଂ ପୁରୁଷ ସାମିଲ ଅଛନ୍ତି । ଅନେକ ଯାତ୍ରୀ ଶୋଇଥିଲେ ଏବଂ ଦୁର୍ଘଟଣା ବିଷୟରେ ଅଜ୍ଞ ଥିଲେ। ଉମରାହ ସମାପ୍ତ କରିବା ପରେ, ସେମାନେ ମଦିନା ଅଭିମୁଖେ ଯାଉଥିଲେ, ସମସ୍ତ ଯାତ୍ରୀ ତୀର୍ଥ କରିବାକୁ ଯାଉଥିଲେ । ତେବେ ସ୍ଥାନୀୟ ଅଧିକାରୀଙ୍କ କହିବା ଅନୁସାରେ, ମୃତାହତ ଏବଂ ବଞ୍ଚିଥିବା ଲୋକଙ୍କ ସଠିକ୍ ସଂଖ୍ୟା ଏପର୍ଯ୍ୟନ୍ତ ଅସ୍ପଷ୍ଟ । ତଥାପି, ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଘଟଣାକୁ ନେଇ ହାଇଦ୍ରାବାଦ ସଂସଦ ଅସଦୁଦ୍ଦୀନ ଓଓ୍ୱେସୀ କହିଛନ୍ତି ଯେ, ବସରେ ୪୨ ଜଣ ଯାତ୍ରୀ ରହିଥିଲେ । ତେବେ ୪୦ ଜଣ ଜଳିଯାଇଥିବା ସୂଚନା ମିଳିଛି । ଏନେଇ ରିଆଦରେ ଅବସ୍ଥିତ ଭାରତୀୟ ଦୁତାବାସ ସୂଚନା ଦେଇଛି । ଦୁର୍ଘଟଣା ବାବଦରେ ତଥ୍ୟ ହାସଲ କରାଯାଉଛି । ସରକାର ଏବଂ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମୃତଦେହକୁ ଭାରତ ଆଣିବା ପାଇଁ ପ୍ରୟାସ କରୁଥିବା ସେ ପ୍ରକାଶ କରିନ୍ତି । ତେବେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟ ଏବଂ ସାଉଦି ଦୂତାବାସର ଅଧିକାରୀମାନଙ୍କୁ ପରିସ୍ଥିତିର ସମାଧାନ କରିବା ଏବଂ ପ୍ରଭାବିତ ପରିବାରକୁ ସମସ୍ତ ପ୍ରକାରର ସହାୟତା ଯୋଗାଇବା ପାଇଁ ଆଲୋଚନା କରିଛନ୍ତି ।