ଠକେଇ ମାମଲାରେ ରଜନୀକାନ୍ତଙ୍କ ପତ୍ନୀଙ୍କୁ ଜାମିନ

ତାମିଲ ସୁପରଷ୍ଟାର ରଜନୀକାନ୍ତ । ତାଙ୍କ ଚଳଚ୍ଚିତ୍ର ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ଏଇ କିଛିଦିନ ହେବ ଅଭିନେତା ନିଜ ପତ୍ନୀ ଲତା ରଜନୀକାନ୍ତଙ୍କୁ ନେଇ ଲାଇମଲାଇଟକୁ ଆସିଛନ୍ତି। ରଜନୀକାନ୍ତଙ୍କ ପତ୍ନୀ ଲତା ରଜନୀକାନ୍ତଙ୍କୁ ତାମିଲ ଚଳଚ୍ଚିତ୍ର ‘କୋଚାଦାଇୟାଁ’ ସହ ଜଡ଼ିତ ଏକ ଠକେଇ ମାମଲାରେ ବେଙ୍ଗାଲୁରୁ ଅଦାଲତ ଜାମିନ ପ୍ରଦାନ କରିଛନ୍ତି। ଲତା ଏହି ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ, ସେଲିବ୍ରିଟି ହେବା କାରଣରୁ ଆମକୁ ଏଭଳି ମୂଲ୍ୟ ଦେବାକୁ ପଡ଼ୁଛି।

ଚେନ୍ନାଇସ୍ଥିତ ଆଡ ବ୍ୟୁରୋ ଆଡଭାଟାଇଜିଂ ପ୍ରାଇଭେଟ ଲିମି‌ଟେଡ ୨୦୧୪ ତାମିଲ ସିନେମା ‘କୋଚାଦାଇୟା’କୁ ନେଇ ଲତା ରଜନୀକାନ୍ତଙ୍କ ବିରୋଧରେ ଠକେଇ ମାମଲା ରୁଜୁ କରିଥିଲେ।ଅଭିଯୋଗକାରୀ ଦାବି କରି କହିଥିଲେ କି, ‘ସିନେମା ନିର୍ମାତାଙ୍କ ମଧ୍ୟରୁ ମିଡିଆ ୱାନକୁ ସେ ୧୦କୋଟି ଟଙ୍କାର ଋଣ ଦେଇଥିଲେ। ଏଥିରେ ଲତା ରାଜନୀକାନ୍ତ ଗେରେଣ୍ଟର ଭାବେ ଦସ୍ତଖତ କରିଥିଲେ। ଏହି ଘଟଣାକୁ ନେଇ ଲତା କହି୍‌ଥିଲେ, ‘ଯେଉଁ ଟଙ୍କା ଠକେଇ କଥା ଉଠୁଛି, ସେଥିରେ ମୋର କିଛି ନେଣଦେଣ ନାହିଁ। ଯାହାବି ଟଙ୍କା ନିଆଁ ଯାଇଥିଲା ସବୁ ଟଙ୍କା ପୈଠ ହୋଇସାରିଛି।