ଠିକ୍ ସମୟରେ ନିଆଯିବ ଉପଯୁକ୍ତ ନିଷ୍ପତ୍ତି:ମନମୋହନ ସାମଲ

ଦିଲ୍ଲୀରୁ ଫେରିଲେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ। ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ବିରତ ରହିବା ନେଇ ମନମୋହନ ପ୍ରତିକ୍ରିୟା ଦେଇ କହିଛନ୍ତି, ବିଜେଡିର ଦଳୀୟ ନିଷ୍ପତ୍ତି, ଭାଜପା ନିଜ ରାସ୍ତାରେ ଅଛି। ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କିମ୍ବା ନିଗମ, ବୋର୍ଡ ନେଇ କୌଣସି ଆଲୋଚନା ହୋଇନାହିଁ ବୋଲି କହିଛନ୍ତି ମନମୋହନ। ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନିଆଯିବ। ଆଲୋଚନା ହେଲେ ଖୁବଶୀଘ୍ର ଜଣାଇଦିଆଯିବ ବୋଲି କହିଛନ୍ତି ମନମୋହନ।ସେପଟେ ଆଜି ଅପରାହ୍ଣରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ। ଅପରାହ୍ଣ ୫ଟାରେ ଲୋକସଭା ଭବନ ସମ୍ମିଳନୀ କକ୍ଷରେ ବୈଠକ ହେବ। ବୈଠକରେ ବିଭିନ୍ନ ବିଭାଗର ୫ରୁ ଅଧିକ ପ୍ରସ୍ତାବ ଆସିପାରେ। ମୁଖ୍ୟତଃ ରାଜସ୍ବ, ପୂର୍ତ୍ତ, ଜଳସଂପଦ ବିଭାଗର ପ୍ରସ୍ତାବ ଅଛି ।