ରାଉତପଡ଼ା କ୍ରିକେଟ ଟୁର୍ଣ୍ଣାମେଣ୍ଟ ସେମିରେ କିଶୋରପ୍ରସାଦ ଓ ସାଗର

ଗଣିଆ -(ବିଶ୍ୱରଂଜନ ସେଠି)ରାଉତପଡା ଗ୍ରାମରେ ସମ୍ପର୍କ କ୍ଲବ ଆନୁକୁଲ୍ୟରେ ଅନୁଷ୍ଠିତ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୬ ଦିବସରେ ଦୁଇଗୋଟି କ୍ୱାଟର ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ଯାଇଛି । ତୃତୀୟ କ୍ଵାଟରରେ କିଶୋର ପ୍ରସାଦ ଓ ଡଙ୍କାରୀସାହି ମଧ୍ୟରେ ଖେଳ ଅନୁଷ୍ଠିତ ହେଇଥିଲା ।| ଡଙ୍କାରି ସାହି ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା ଏବଂ ଡଙ୍କାରୀସାହିକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । ସେ ନିର୍ଦ୍ଧାରିତ ୧୦ ଓଭରରେ ସମସ୍ତ ୱିକେଟ୍ ହରାଇ ୧୦୨ ରନର ବିଜୟ ଲକ୍ଷ୍ୟ ଦେଇଥିଲା । ଡଙ୍କାରୀସାହି ନିଜର ୭ଗୋଟି ୱିକେଟ୍ ହରାଇ ମାତ୍ର ୯୦ ରନ କରି ୧୨ ରନ ରେ ପରାସ୍ତ ହୋଇଥିଲେ ।୪ର୍ଥ କ୍ୱାଟର ମ୍ୟାଚ୍ରେ ସାଗର ଓ କୁମ୍ଭାରପଡ଼ା ମଧ୍ୟରେ ଖେଳ ଅନୁଷ୍ଠିତ ହେଇଥିଲା । ସାଗର ପ୍ରଥମେ ଟସ୍ ଜିତି ବୋଲିଂ କରିବାର ନିଷ୍ପତି ନେଇଥିଲା । ବ୍ୟାଟିଂ ପାଇଁ କୁମ୍ଭାରପଡ଼ା କରିବାକୁ ଆମନ୍ତ୍ରଣ କରିଥିଲା । ପ୍ରଥମେ ନିର୍ଦ୍ଧାରିତ ୧୨ ଓଭର ମଧ୍ୟରେ ନିଜର ବ୍ୟାଟିଂ ବିପର୍ଯ୍ୟୟ ଘଟାଇ ସମସ୍ତ ୱିକେଟ୍ ହରାଇ ମାତ୍ର ୫୭ ରନ ସଂଗ୍ରହ କରିଥିଲା । ପ୍ରତିବଦଳରେ ସାଗର ୧ ଗୋଟି ୱିକେଟ୍ ହରାଇ ଅତି ସହଜରେ ଜିତି ନେଇଥିଲା । ସାଗର ଟିମର ରାଜା ଓ ମୁନୁ ଯଥାକ୍ରମେ 2 ଟି ଓ ୩ ଟି ୱିକେଟ ନେଇଥିଲେ । ମ୍ୟାଚ୍ କୁ ଅମ୍ପାୟର ଗୋପାଳ ବେହେରା ଓ କାହ୍ନୁ ଚରଣ ବେହେରା ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଭାବରେ ମାଁ ରାମଚଣ୍ଡୀ ମ୍ୟୁଜିକାଲ ଅର୍କେଷ୍ଟ୍ରାର ନିର୍ଦ୍ଦେଶକ ତଥା ପରିଚାଳକ ଶ୍ରୀଯୁକ୍ତ ମାନସ କୁମାର ବେହେରା ଯୋଗଦେଇ ଏହି ଟୁର୍ଣ୍ଣାମେଣ୍ଟର ଶୋଭା ବର୍ଦ୍ଧନ କରିଥିଲେ ।