ଡାଇବେଟିସ୍‌ ନିୟନ୍ତ୍ରଣ ପାଇଁ ଛତୁ ଖାଇବା ଉଚିତ କାରଣ ଏଥିରେ …

ବ୍ଲଡ ସୁଗାର ସମସ୍ୟା ବୃଦ୍ଧି ଫଳରେ ମଧୁମେହ ବା ଡାଇବେଟିସ୍‌ ରୋଗୀଙ୍କ ସଂଖ୍ୟା ମଧ୍ୟ ଦ୍ରୁତଗତିରେ ବଢି ଚାଲିଛି। ହେଲେ ଛତୁ ଖାଇଲେ ଏହା ନିୟନ୍ତ୍ରଣରେ ରହିଥାଏ ବୋଲି ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡିଛି। କାରଣ ଏଥିରେ ରହିଛି ଆଣ୍ଟିଅକ୍ସିଡାଣ୍ଟ, ପ୍ରୋଟିନ୍‌, ଭିଟାମିନ୍‌ ଡି, ସେଲେନିୟମ ଓ ଜିଙ୍କ୍‌। ଏହାକୁ ନିୟମିତ ବ୍ୟବଧାନରେ ଖାଇଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ ବୋଲି ଜଣାପଡିଛି।ଏଥିରେ ରହିଛି ବିଟା ଗ୍ଲାଇସିନ ଯାହା ପ୍ରୋଷ୍ଟେଟ୍‌ ଓ ବ୍ରେଷ୍ଟ କ୍ୟାନସରକୁ ଦୂରେଇ ଦେଇଥାଏ। ଯଦି ଆମେ ଛତୁ ନିୟମିତ ଖାଇବା ଶରୀରର ଓଜନ କମ୍‌ ହୋଇଥାଏ।ଏଥିରେ କାର୍ବୋହାଇଡ୍ରେଟ୍ସ୍ସର ମାତ୍ରା କମ୍‌ ଥିବାରୁ ଏହା ବ୍ଲଡ ସୁଗାରକୁ ନିୟନ୍ତ୍ରଣରେ ରଖିବାରେ ସହାୟକ ହୋଇଥାଏ।

ଓ ଅଧିକ ସେଲେନିୟମ ଥିବାରୁ ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ଥଣ୍ଡା, ସର୍ଦ୍ଦି, ଜ୍ୱର ଭଳି ଛୋଟ ଛୋଟ ରୋଗରୁ ମୁକ୍ତି ଦେଇଥାଏ।ସପ୍ତାହକୁ ଅତିକମ୍‌ରେ ୩ଥର ଛତୁ ଖାଇବା ଉଚିତ୍‌। ଏଥିରେ ନ୍ୟୁଟ୍ରିଜିୟମ ଓ ଏନଜାଇମ୍‌ ଥିବାରୁ ଏହା ହୃଦ୍‌ରୋଗ ସମସ୍ୟାରୁ ମୁକ୍ତି ଦେଇଥାଏ।ଛତୁରେ କାର୍ବୋହାଇଡ୍ରେଟ୍ସର ମାତ୍ରା କମ୍‌ ଥିବାରୁ ଏହା ପେଟ ଦରଜ, କୋଷ୍ଠ କାଠିନ୍ୟ ଓ ଏସିଡିଟି ସମସ୍ୟାକୁ ଦୂରେଇ ଦେଇଥାଏ।