ଡାଇବେଟିସ୍‌ ରୋଗୀଙ୍କ ପାଇଁ ଏବେ ଖୁସି ଖବର ।

ଅଧିକାଂଶ ଲୋକ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି। ଯାହା ସମ୍ପୂର୍ଣ ରୂପେ ଭଲ ହେବା କଷ୍ଟ ଅଟେ। ଏତ ବ୍ୟତୀତ ଅନ୍ୟାନ୍ୟ ବଡ଼ ରୋଗ ସବୁ ମାଡ଼ି ବସିଥାଏ। କିନ୍ତୁ ମଧୁମେହ ରୋଗୀଙ୍କ ପାଇଁ ଖୁସି ଖବର ଯେ ହରିଦ୍ବାରସ୍ଥିତ ଔଷଧ କମ୍ପାନୀ ଆକୁମ୍ସ ଡ୍ରଗ୍ସ ଆଣ୍ଡ୍ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ୍‌ ନୂଆ ଡାଇବେଟିସ୍‌ ଔଷଧର ପ୍ରସ୍ତୁତ କରିଛି। ସୋମବାର ଏନେଇ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଏହି ନୂଆ ଟାବ୍‌ଲେଟ୍ ଟାଇପ୍-୨ ଡାଇବେଟିସ୍‌ରେ ଖରାପ ଇନସୁଲିନ୍ ପ୍ରତିରୋଧ ପାଇଁ ସହାୟକ ହେବ। ଆଣ୍ଟିଡାଇବେଟିସ୍‌ ଔଷଧ ଲୋବିଗ୍ଲିଟାଜୋନ୍‌କୁ ଡିସିଜିଆଇ ତରଫରୁ ମଧ୍ୟ ମଞ୍ଜୁରୀ ମିଳିଥିବା ନେଇ କହିଛି କମ୍ପାନୀ।

ଆକୁମ୍ସ କମ୍ପାନୀ ଭାରତର ବୃହତ୍ ଔଷଧ ତିଆରି କରୁଥିବା କମ୍ପାନୀ। ଏହି କମ୍ପାନୀ ମୁଖ୍ୟତଃ ଚୁକ୍ତିଭିତ୍ତିକ ଔଷଧ ପ୍ରସ୍ତୁତ କରିଥାଏ। କମ୍ପାନୀ କହିଛି ଏହାର ଏହି ନୂଆ ଔଷଧ ସ୍ବତନ୍ତ୍ର ଭାବେ ଟାଇପ୍-୨ ଡାଇବେଟିସ୍‌ ରୋଗୀଙ୍କ ପାଇଁ ସହାୟକ ହେବ ଏବଂ ସେମାନଙ୍କ ଠାରେ ପାନ୍‌କ୍ରିୟାଟିକ୍ ବିଟା-ସେଲ୍‌କୁ କାର୍ଯ୍ୟକ୍ଷମ କରିବାରେ ସହାୟକ ହେବ। ଲୋବିଗ୍ଲାଇଟାଜୋନ୍‌ରେ ହାଇପୋଗ୍ଲାଇସେମିଆର ଆଶଙ୍କା କମ୍ ରହିଛି। ଏହାର ଉନ୍ନତ ଫର୍ମୁଲା ଇନସୁଲିନ ପ୍ରତିରୋଧକୁ ବଢ଼ାଇବାରେ ଖୁବ୍ ଦକ୍ଷ ବୋଲି କମ୍ପାନୀ ତରଫରୁ କୁହାଯାଇଛି।

ଏହି ଟାବଲେଟ୍‌ ସୁଗାର ସ୍ତରର କମାଇବା, ଲିପିଡ୍‌ ଏବଂ ଲିଭର ପ୍ରୋଫାଇଲ୍‌କୁ ଉନ୍ନତ କରିବା ଏବଂ ହେମୋଗ୍ଲୋବିନ୍ ଏ୧ସି(ଏଚବି୧ସି) ସ୍ତରକୁ ମଧ୍ୟ କମ୍ କରିବାରେ ସକ୍ଷମ ଥିବା ପ୍ରମାଣିତ ହୋଇଥିବା କହିଛନ୍ତି କମ୍ପାନୀରର ଯୁଗ୍ମ ପରିଚାଳନା ନିର୍ଦେ୍ଦଶକ ସନ୍ଦୀପ ଜୈନ। ସେ ଆହୁରି କହିଛନ୍ତି ରୋଗୀଙ୍କୁ ଅଧିକ ପ୍ରଭାବୀ ଚିକିତ୍ସା ଯୋଗାଇବା ଆମର ଲକ୍ଷ୍ୟ। ଏହି ଟାବଲେଟ୍‌ ଲୋବିଗ୍ଲାଇଟାଜୋନ୍‌ ସଲଫେଟ୍‌ରେ ପସ୍ତୁତ ଯାହାକି ଲୋବିଗ୍ଲାଇଟାଜୋନ୍ ୦.୫ଏଜିର ସମକକ୍ଷ। କମ୍ପାନୀ ଏହାର ଭିନ୍ନ ଫର୍ମୁଲା ଦ୍ବାରା ଟାଇପ୍-୨ ଡାଇବେଟିସ୍‌କୁ ମୂଳରୁ ହିଁ ଏକ ପ୍ରଭାବୀ ଢ଼ଙ୍ଗରେ ହରାଇବାରେ ସହାୟକ ହେବ।

ଗତ ବର୍ଷ ଅକ୍ଟୋବରରେ, ମୁମ୍ବାଇସ୍ଥିତ ଗ୍ଲେନମାର୍କ ଫର୍ମା ମଧ୍ୟ ଲୋବିଗ୍ଲାଇଟାଜୋନ୍ ଏଲଓବିଜି ବ୍ରାଣ୍ଡ୍ ରେ ଲଞ୍ଚ କରିଥିଲା।