ଡାକ୍ତରୀ ଛାତ୍ରୀ ଗଣବଳାତ୍କାର ଘଟଣାରେ ନୂଆମୋଡ଼: ପୀଡ଼ିତା କହିଦେଲେ ଦୋଷୀ କିଏ ?
ପଶ୍ଚିମବଙ୍ଗର ଦୁର୍ଗାପୁରରେ ଘଟିଥିବା ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣାରେ ତାଙ୍କ ପୁରୁଷ ବନ୍ଧୁଙ୍କୁ ଗିରଫ କରିଛି ଆସାନସୋଲ-ଦୁର୍ଗାପୁର କମିଶନରେଟ ପୁଲିସ। ଛାତ୍ରୀଙ୍କୁ ରାତିରେ ହଷ୍ଟେଲରୁ ବାହାରକୁ ଆସିବା ଲାଗି ପ୍ରବର୍ତ୍ତାଇବା ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କରିଛି। ବୁଧବାର ଅଭିଯୁକ୍ତ ପୁରୁଷ ବନ୍ଧୁଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କମିଶନର ସୁନୀଲ ଚୌଧୁରୀ ସୂଚନା ଦେଇଛନ୍ତି। ପୀଡ଼ିତାଙ୍କ ପୁରୁଷ ବନ୍ଧୁ ଓ୍ବାସିଫ ଅଲ୍ଲୀ ଘଟଣାର ମୁଖ୍ୟ ଖଳନାୟକ ବୋଲି ପୋଲିସ ଜାଣିବାକୁ ପାଇଛି।ଗିରଫ ୬ ଅଭିଯୁକ୍ତଙ୍କୁ ପାରାନଗଞ୍ଜ ଜଙ୍ଗଲର କାଲାବାଡ଼ି ଶ୍ମଶାନ ନିକଟକୁ ନେଇ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିଛି ଦୁର୍ଗାପୁର ନ୍ୟୁଟାଉନ୍ସିପ୍ ଥାନା ପୁଲିସ । ପୀଡ଼ିତାଙ୍କ ଅଭିଯୋଗମୁତାବକ ପୁରୁଷ ବନ୍ଧୁଙ୍କ ସହ ବାହାରକୁ ଯାଇଥିବା ସମୟରେ ସେ ଦୁଷ୍କର୍ମ କରିଥିଲେ। କ୍ରମାଗତ ନିର୍ଯାତନା ଦେବା ସହ ଆକ୍ରମଣ କରିଥିଲା ବୋଲି ପୀଡ଼ିତା କହିଛନ୍ତି । ପୁରୁଷ ବନ୍ଧୁ ବଳାତ୍କାର କରିଥିଲେ ବୋଲି ପୀଡ଼ିତାଙ୍କ ବୟାନରୁ ଜଣାପଡ଼ିଛି। ପୀଡ଼ିତାଙ୍କ ବାପା ମଧ୍ୟ ଅଭିଯୋଗରେ ଓ୍ବାସିଫଙ୍କ ନାମ ନେଇଥିଲେ। ତାଙ୍କୁ ମିଶାଇ ମୋଟ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୬ରେ ପହଞ୍ଚତ୍ଛି। ଇତିମଧ୍ୟରେ ପୋଲିସ ଗଣବଳାତ୍କାର ଅଭିଯୋଗକୁ ଖଣ୍ଡନ କରିଛି। ଜଣେ ବ୍ୟକ୍ତି ହିଁ ଡାକ୍ତରୀ ଛାତ୍ରୀଙ୍କୁ ବଳାତ୍କାର କରିଥିଲେ। ପୀଡ଼ିତାଙ୍କ ବୟାନ, ପ୍ରାରମ୍ଭିକ ଭୌତିକ ପ୍ରମାଣ ଆଦିରୁ ଜଣେ ବ୍ୟକ୍ତି ହିଁ ବଳାତ୍କାର କରିଥିତ୍ବା ସ୍ପଷ୍ଟ ହେଉଛି ବୋଲି ଆସନସୋଲ୍-ଦୁର୍ଗାପୁର ପୋଲିସ କମିଶନର ସୁନିଲ କୁମାର ଚୌଧୁରୀ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି। ତେବେ ଆମେ ସମସ୍ତ ଗିରଫ ଅଭିଯୁକ୍ତଙ୍କୁ ଜେରା କରିବା ସହ ସବୁ ଦିଗକୁ ଅନୁଧ୍ୟାନ କରୁଛୁ ବୋଲି ସେ କହିଛନ୍ତି।
