ଡିପଥେରିଆ ସଂକ୍ରମଣ: ଆଜିଠୁ ବୁଷ୍ଟର ଡୋଜ ଟିକାକରଣ

କାୟା ମେଲାଉଛି ଡପଥେରିଆ। ସଂକ୍ରମଣରେ ବ୍ରେକ୍ ଲଗାଇବାକୁ ଆଜିଠୁ ରାୟଗଡା ଜିଲ୍ଲା କାଶୀପୁର ବ୍ଲକରେ ଆରମ୍ଭ ହେବ ବୁଷ୍ଟର ଡୋଜ୍ ଟିକାକରଣ। ଏବେ କୋରାପୁଟ ଓ କଳାହାଣ୍ଡି ଜିଲାରେ ଡିପଥେରିଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୧ ଜଣ ସଂକ୍ରମିତ ଚିହ୍ନଟ ହେଲେଣି।ତେବେ ୧ ବର୍ଷରୁ କମ ବୟସର ଶିଶୁଙ୍କୁ ପେଣ୍ଟା ଡୋଜ ଓ ୫ ବର୍ଷରୁ ୧୫ ବର୍ଷ ବୟସ୍କଙ୍କୁ ଟିଡି ଟିକା ଦିଆଯିବ।

କାଶୀପୁର ବ୍ଲକରୁ ୧୫ ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି। କୋରାପୁଟ ବନ୍ଧୁଗାଁରୁ ଜଣେ ଏବଂ କଳାହାଣ୍ଡି ଜିଲ୍ଲାରୁ ୪ରୁ ୫ ଜଣ ଚିହ୍ନଟ ହୋଇଥିବା ସୂଚନା ମିଳିଛି।ବାୟୁ ଦ୍ୱାରା ଏହି ସଂକ୍ରମଣ ବ୍ୟାପୁଥିବାରୁ ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ମାସ୍କ ପିନ୍ଧିବା ସହ ହାତ ଧୋଇବାକୁୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଆଣ୍ଟିବାୟୋଟିକ ଦ୍ୱାରା ଏହି ସଂକ୍ରମଣର ମୂଳପୋଛ କରାଯାଇ ପାରିବ ବୋଲି ସେ କହିଛନ୍ତି । ସେପଟେ ସଂକ୍ରମଣ ମୁକାବିଲା ପାଇଁ ୩ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ଡବ୍ଲୁଏଚଓ ଟିମ୍ ମିଳିତ ଭାବେ ଗାଁ ଗାଁ ବୁଲି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।