ଡିସେମ୍ବର ୧ରୁ ପୁଲିସକୁ ଗାଡ଼ି ଯାଞ୍ଚ ଅଧିକାର ମିଳିବ ।ଏହାକୁ ନେଇ ଘରୋଇ ବସ୍ ମାଲିକ ସଂଘ ବସ୍ ଧର୍ମଘଟ ଚେତାବନୀ
ପୁଲିସକୁ ମୋଟର ଯାନ ଯାଞ୍ଚ ଅଧିକାର ଦେଇଛନ୍ତି ରାଜ୍ୟ ସରକାର । ଡିସେମ୍ବର ୧ରୁ ପୁଲିସକୁ ଗାଡ଼ି ଯାଞ୍ଚ ଅଧିକାର ମିଳିବ ।ଏହାକୁ ନେଇ ଘରୋଇ ବସ୍ ମାଲିକ ସଂଘ ବସ୍ ଧର୍ମଘଟ ଚେତାବନୀ ଦେଇଛି । ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି, ଯେବେଠୁ ସରକାର ଯାଞ୍ଚ ଅଧିକାର ଦେବେ ସେବେଠୁ ସାରାରାଜ୍ୟରେ ବସ ଚଳାଚଳ ବନ୍ଦ କରାଯିବ ।ଏ ନେଇ ସରକାରଙ୍କୁ ଦାବିପତ୍ର ଦେବ ବସ୍ ମାଲିକ ସଂଘ । ସୂଚନାମୁତାବକ ମୋଟର ଭେହିକଲ ଆଇନର ବିଭିନ୍ନ ଦଫାରେ ପୋଲିସ ଗାଡି ଯାଞ୍ଚ କରିବା ଓ ଗାଡି ଉପରେ ଜରିମାନା ଲଗାଇପାରିବ । ଯାହାକି ବିଶେଷ ଭାବେ ପୂର୍ବରୁ ଏହି ସମସ୍ତ କ୍ଷମତା କେବଳ ପରିବହନ ବିଭାଗ ବା ଆରଟିଓଙ୍କ ନିକଟରେ ସୀମିତ ଥିଲା । ଏବେ ଏହି କ୍ଷମତା ଓଡିଶା ପୋଲିସକୁ ହସ୍ତାନ୍ତର କରାଯାଉ ଥିବାରୁ ଏହାକୁ ବିରୋଧ କରିଛି ରାଜ୍ୟ ଘରୋଇ ବସ ମାଲିକ ସଂଘ ଓ ଅନ୍ୟାନ୍ୟ ଗାଡି ମାଲିକ ସଂଘ ।
