ଡିସେମ୍ବର ୧ ରେ ସାରା ବିଶ୍ୱରେ ଏଡସ୍ ଦିବସ ପାଳନ

ଲୋକଙ୍କ ମଧ୍ୟରେ ଏଚ୍.ଆଇ.ଭି (ହ୍ୟୁମାନ୍ ଇମ୍ୟୁନୋଡେଫିସିଏନ୍ସି ଭାଇରସ୍) ସଂକ୍ରମଣ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ଦିନ ପାଳନ ହୁଏ । ଏହି ରୋଗରେ, ଶରୀରର ଦୁର୍ବଳ ପ୍ରତିରକ୍ଷା ପ୍ରଣାଳୀ ଯୋଗୁଁ ଶରୀର ନିଜକୁ ରୋଗରୁ ରକ୍ଷା କରିବାରେ ସକ୍ଷମ ହୁଏ ନାହିଁ । ଯାହା ଦ୍ଵାରା ଏହି ମାରାତ୍ମକ କେବେ ଠିକ ହୋଇପାରେନାହିଁ ।ଛୁଆଁ ରୋଗ ନୁହେଁ ଏଡସ୍, ରୋଗୀଙ୍କୁ କରନ୍ତୁନି ଅଣଦେଖା ,ଏଚ.ଆଇ.ଭି ଏଡସ୍ ବିଶ୍ୱବ୍ୟାପୀ ସବୁଠାରୁ ଗମ୍ଭୀର ରୋଗ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ ।

ଏହି ରୋଗ ଏବଂ ଏହାର ଚିକିତ୍ସା ତଥା ଏହା ସହ ଜଡିତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଡିସେମ୍ବର 1 ରେ ‘ବିଶ୍ୱ ଏଡସ୍ ଦିବସ'( World AIDS Day) ପାଳନ କରାଯାଏ ।ଏହି ଦିନ ଲୋକମାନେ ନାଲି ରିବନ୍ ପିନ୍ଧନ୍ତି । ଏହି ରିବନ୍ ରକ୍ତକୁ ପ୍ରତିପାଦିତ କରେ ଏବଂ ଏଡସ୍‌ରେ ପୀଡିତ ଲୋକଙ୍କୁ ଭେଦଭାବ ବିନା ସମାଜରେ ଏକ ନିରାପଦ ତଥା ସମ୍ମାନଜନକ ଜୀବନଯାପନ କରିବାକୁ ଅନୁମତି ଦେବା ପାଇଁ ସମର୍ଥନ ଦେଖାଏ। ୧୯୮୮ ରେ ପ୍ରଥମ ଥର ପାଇଁ ଏହି ଦିନ ପାଳନ କରାଯାଇଥିଲା ।