ଡିସେମ୍ବର ୨୪ରୁ ଆରମ୍ଭ ହେବ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

ଡିସେମ୍ବର ୨୪ରୁ ଆରମ୍ଭ ହେବ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ସୋମବାର ବରଗଡ଼ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି। ପ୍ରାୟ ୧୧ ଦିନ ଧରି ବିଶ୍ବର ସର୍ବ ବୃହତ ମୁକ୍ତାକାଶ ରଙ୍ଗ ମଞ୍ଚରେ କଳା ପ୍ରଦର୍ଶନ କରିବେ କଳାକାର। କଂସଙ୍କ ଅଟ୍ଟହାସ୍ୟରେ କମ୍ପିବ ବରଗଡ଼। ସେହିଭଳି ସବୁଥର ଭଳି ଏଥର ମଧ୍ୟ କଂସ ଚରିତ୍ର ପାଇଁ ହେବ କଳାକାର ଚୟନ କରାଯିବ।ଗତବର୍ଷ ରାଜ୍ୟ ସରକାର ବରଗଡ଼଼ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଲାଗି ଅନୁଦାନ ରାଶି ବୃଦ୍ଧି କରିଥିଲେ। ଅନୁଦାନ ରାଶି ୧୦ଲକ୍ଷରୁ ଏକ କୋଟିକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ପ୍ରମୁଖ ୧୭୦ କଳାକାରଙ୍କୁ ୧୦ହଜାର ଲେଖାଏଁ ସମ୍ମାନ ରାଶି ମିଳିବ।