ଡେନମାର୍କର ପ୍ରଥମ ମଙ୍କିପକ୍ସ ଟିକାକୁ WHOର ମଞ୍ଜୁରୀ

ପ୍ରଥମ ମଙ୍କିପକ୍ସ ଟିକାକୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ମଞ୍ଜୁରୀ । ଡେନମାର୍କ ବାୟୋକେଟ୍ କମ୍ପାନି ବାଭାରିଆନ୍‌ ନର୍ଡିକ୍‌ର ଏମ୍‌ଭିଏ-ବିଏନ୍‌ ଏମ୍‌ପକ୍ସ ଟିକାକୁ ମଞ୍ଜୁରୀ ମିଳିଛି । ଏହି ଟିକାକୁ ୪ ସପ୍ତାହ ବ୍ୟବଧାନରେ ୧୮ବର୍ଷା କିମ୍ବା ଉର୍ଦ୍ଧ୍ବ ରୋଗୀଙ୍କୁ ଦୁଇଟି ଡୋଜ୍ ଦିଆଯିବ । ବିଶ୍ୱ ସ୍ଥାସ୍ଥ୍ୟ ସଂଗଠନ ଏହି ବିବୃତ୍ତିରେ କହିଛି ଯେ, ପୂର୍ବରୁ ଦିଆଯାଇଥିବା ଏମଭିଏ-ବିଏନର ଗୋଟିଏ ଡୋଜ୍ ଟିକା ପ୍ରାୟ ୭୬ପ୍ରତିଶତ ପ୍ରଭାବଶାଳୀ ଦର୍ଶାଇଥିଲା । ବର୍ତ୍ତମାନ ଦ୍ୱିତୀୟ ଡୋଜ୍ ଟିକା ୮୨ପ୍ରତିଶତ ଫଳପ୍ରଦ ହେବ ବୋଲି ଆକଳନ କରାଯାଉଛି । ଏହା ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଡବ୍ଲୁଏଚଓର ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଧାନମ କହିଛନ୍ତି ।ଆଫ୍ରିକୀୟ ଦେଶଗୁଡ଼ିକରେ ବହୁଳ ଭାବେ ବ୍ୟାପିବାରେ ଲାଗିଛି ମାରାତ୍ମକ ମଙ୍କିପକ୍ସ । ଏହାକୁ ରୋକିବା ଲାଗି ଡବ୍ଲ୍ୟୁଏଚ୍‌ଓ ଡେନ୍‌ମାର୍କର ବାୟୋଟେକ୍‌ କମ୍ପାନୀ ବାଭାରିଆନ୍‌ ନର୍ଡିକ୍‌ର ଏମ୍‌ଭିଏ-ବିଏନ୍‌ ଏମ୍‌ପକ୍ସ ଟିକାକୁ ଶୁକ୍ରବାର ମଞ୍ଜୁରି ପ୍ରଦାନ କରିଛି । ଏହା ମଙ୍କିପକ୍ସ ନିରୋଧୀ ପ୍ରଥମ ଟିକା ଭାବେ ଡବ୍ଲ୍ୟୁଏଚ୍‌ଓର ତାଲିକାରେ ସାମିଲ ହୋଇଛି ।