ଡେରା ମ୍ୟାନେଜର ହତ୍ୟା ମାମଲାରେ ରାମ ରହୀମ ନିର୍ଦ୍ଦୋଷ

ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ରଣଜିତ ସିଂ ହତ୍ୟା ମାମଲାରେ ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ରହିମଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଏହି ମାମଲାରେ ସ୍ବତନ୍ତ୍ର ସିବିଆଇ କୋର୍ଟ ଦେଇଥିବା ରାୟକୁ ରଦ୍ଦ କରି ରାମ ରହିମ ଏବଂ ଅନ୍ୟ ଚାରିଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି। ପଞ୍ଚକୁଲାର ସ୍ବତନ୍ତ୍ର କୋର୍ଟ ପୂର୍ବରୁ ଏହି ମାମଲାରେ ଦଣ୍ଡ ଘୋଷଣା କରିଥିଲେ ଯାହା ପରେ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା।ରାମ ରହୀମ ହତ୍ୟା ଓ ବଳାତ୍କାର ସହ ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତି ମାମଲାରେ ବି ଦୋଷୀ ଥିଲେ ।

ଏହା ବ୍ୟତୀତ ତାଙ୍କ ବିରୋଧରେ ଆହୁରି ଅନେକ ମାମଲା ବିଚାରାଧୀନ ଅଛି । ବଳାତ୍କାର ଏବଂ ଛତ୍ରପତି ହତ୍ୟା ମାମଲା ଉପରେ ନିମ୍ନ ଅଦାଲତର ନିଷ୍ପତ୍ତିକୁ ମଧ୍ୟ ରାମ ରହୀମ ଚ୍ୟାଲେଞ୍ଜ କରିଛନ୍ତି ଏବଂ ଏହି ମାମଲା ହାଇକୋର୍ଟରେ ବିଚାରାଧୀନ ଅଛି ।