ଡ୍ରଗ୍ସ ମାମଲାରେ ଫସିଲେ ଅଭିନେତ୍ରୀ ରକୁଲ ପ୍ରୀତଙ୍କ ଭାଇ ଅମନ୍ । 

ବଲିଉଡ ଓ ଡ୍ରଗ୍ସ ଏବେ ଅଙ୍ଗାଙ୍ଗୀ ଭାବେ ଜଡିତ ହୋଇଯାଇଛି । ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଡ୍ରଗ୍ସ କାରବାରକୁ ନେଇ ବଲିଉଡ ଉଠୁଥିଲା ପଡୁଥିଲା । ହେଲେ କିଛି ବର୍ଷର ବ୍ୟବଧାନ ପରେ ପୁଣି ବଲିଉଡରେ ଡ୍ରଗ୍ସ କାରବାରକୁ ନେଇ ଆଲୋଡନ ସୃଷ୍ଟି ହୋଇଛି ।ବଲିଉଡ୍ ଅଭିନେତ୍ରୀ ରକୁଲପ୍ରୀତ ସିଂହଙ୍କ ଭାଇ ଅମନପ୍ରୀତ ସିଂହ ଓ ଅନ୍ୟ ୪ ଜଣଙ୍କୁ ହାଇଦ୍ରାବାଦ ପୁଲିସ ଡ୍ରଗ୍ସ ମାମଲାରେ ଗିରଫ କରିଛି। ପୁଲିସ୍ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି।

ତେଲେଙ୍ଗାନା ଆଣ୍ଟି ନାର୍କୋଟିକ୍ସ ବିଭାଗ ହାଇଦ୍ରାବାଦକୁ ୨.୬ କେଜି କୋକେନ୍ ବିକ୍ରି ପାଇଁ ଚୋରା ଚାଲାଣ ହେଉଥିବା ଜାଣିବା ପରେ ଅନ୍ୟ ଅଭିଯୁକ୍ତଙ୍କ ସହ ଅମନଙ୍କୁ ଗିରଫ କରାଯାଇଥିଲା।। ଏହାକୁ ବିକ୍ରି କରିବାକୁ ହାଇଦ୍ରାବାଦ ଅଣାଯାଉଥିଲା । ଟିମ୍ ଏହାର ଖୋଲାସା କରିଛି । ଏହି ମାମଲାରେ ୩୦ ଜଣ ସମ୍ଭାବିତ ଗ୍ରାହକଙ୍କୁ ଚିହ୍ନଟ କରାଯାଇଛି । ଏହି ୩୦ ଜଣଙ୍କ ନାମ ହାଇଦ୍ରାବାଦ କମିଶନରଙ୍କ ନିକଟରେ ଦିଆଯାଇଛି ।