ଡ୍ୟାନ୍ସର ଯେବେ ଅମ୍ପାୟାର ହୁଏ । ତେବେ କ୍ରିକେଟ ପଡିଆ ରେ ଅଧିକ କଣ ହୁଏ ?

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ତଷିପୁର ପଞ୍ଚାୟତ କୁସୁମୁଣ୍ଡିଆ ଗ୍ରାମ ର ଜଣେ ଗରିବ କୃଷକ ପରିବାର ରେ ଜନ୍ମ ଗ୍ରହଣ କରିଥିବା ଯୁବକ ବବୁଲ ସାହୁ ଏବେ ଢେଙ୍କାନାଳ ଅନୁଗୁଳ ଜିଲ୍ଲା ସମେତ ରାଜ୍ୟରେ ହେଉଥିବା ଅନେକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ନିଜର ନିଆରା ଅମ୍ପାୟାର ଶୈଳୀ ପାଇଁ ପ୍ରସିଦ୍ଧ ହାସଲ କରିଛନ୍ତି  ।

ଯେଉଁଥିପାଇଁ ସେ Dancing Umpire ର ଆଖ୍ୟା ଅର୍ଜନ କରିଛନ୍ତି। ଅନ୍ତର୍ଜାତିକ କ୍ରିକେଟ ର ବିଲି ବାୱଡେନଙ୍କ ପରି କ୍ରିକେଟ ମ୍ୟାଚ ର ପ୍ରତି ବଲ ପରେ ସଂଗୀତ ର ତାଳେ ତାଳେ ନୃତ୍ଯ କରି ଚୌକା ଛକା, ଆଉଟ ଆଦିର ସଙ୍କେତ  ଦେବାବେଳେ ନିଆରା ଢଙ୍ଗ ରେ ନୃତ୍ଯ ପରିବେଷଣ କରି ଏବେ ସେ ଡ୍ୟାନ୍ସିଂ ଅମ୍ପାୟାର ଭାବେ ପରିଚୟ ହାସଲ କରିପାରିଛନ୍ତି ।

ପରଜଙ୍ଗ ମହାବିଦ୍ୟାଳୟରେ ଯୁକ୍ତ ତିନି ବିଜ୍ଞାନ ଶେଷ ବର୍ଷ ରେ ଅଧ୍ୟୟନ କରୁଥିବା ବବୁଲଙ୍କର ପରିବାର ର ଆର୍ଥିକ ସ୍ଥିତି ସେତେଟା ସ୍ୱଛ୍ଛଳ ନୁହେଁ। ତେବେ ବି ପାଠପଢାରୁ ପଛକୁ ହଟିନାହାନ୍ତି ସେ । ସେଥିପାଇଁ ସେ  ଏହି ଅମ୍ପାୟାରିଂ କରି ଯାହା କିଛି ରୋଜଗାର କରନ୍ତି ସେଥିରୁ ସେ ନିଜର ପାଠପଢା ଖର୍ଚ୍ଚ ଉଠାଇଥାନ୍ତି  ।ରୁଚି କହିଲେ ତାଙ୍କ ର ସଂଙ୍ଗୀତ ଗାନ,  ଡ୍ୟାନ୍ସ , କମେଡି ଓ କ୍ରିକେଟ ଖେଳ ପ୍ରତି ଅହେତୁକ ଦୁର୍ବଳତା ରହିଅଛି   ।   27 /3 /2002 ରେ ଏକ କୃଷକ ପରିବାର ରେ ଜନ୍ମ ଗ୍ରହଣ କରିଥିବା ବବୁଲୁଙ୍କ ପିତାଙ୍କ ନାମ ଉଗ୍ରେସନ ସାହୁ  , ମାଆ ବବିନ ସାହୁ ।ପରଜଙ୍ଗ ବ୍ଲକ ଡିହଡୋଳ ଠାରେ କ୍ରିକେଟ ଅମ୍ପାୟାର ଭାବେ କ୍ୟାରିୟର ଆରମ୍ଭ କରିଥିବା ବବୁଲ ବର୍ତ୍ତମାନ ସୁଦ୍ଧା ଏକ ଶହରୁ ଉର୍ଦ୍ଧ ମ୍ୟାଚ ରେ ଅମ୍ପାୟାରିଂ କରି ସାରିଲେଣି  । କ୍ରିକେଟ ପ୍ରେମୀ କ୍ରିକେଟ ମ୍ୟାଚ ଯେତିକି ଦେଖିବାକୁ ଭଲପାଆନ୍ତି ତାଠାରୁ ବେଶି ଏହି ଯୁବ ଡ୍ୟାନ୍ସି ଅମ୍ପାୟାର ବବୁଲୁଙ୍କ ନିଆରା ଡ୍ୟାନ୍ସ ଦେଖିବାକୁ ଭିଡ ଜମାନ୍ତି  ।