ତଳ ପଡ଼ିଆ ସହ ଉପରପଡ଼ିଆରେ ମଧ୍ୟ ବାଲିଯାତ୍ରା ହେବ , ଓଡିଶା ହାଇକୋର୍ଟ ଦେଲେ ଅନୁମତି
ଉପର ପଡିଆ ଏବଂ ତଳ ପଡିଆରେ ବାଲିଯାତ୍ରା ହେବାକୁ ନେଇ ଚାଲିଥିବା ବିବାଦ ଭିତରେ ଆସିଲା ବଡ ଖବର । ଉପର ପଡିଆରେ ହେବ ଐତିହାସିକ ବାଲିଯାତ୍ରା । ଏନେଇ ହାଇକୋର୍ଟଙ୍କୁ ସତ୍ୟପାଠ ଦେଲା ଜିଲ୍ଲା ପ୍ରଶାସନ । ଲୋକଙ୍କ ଭାବାବେଗ ଓ ପରମ୍ପରାକୁ ଦେଖି ଗ୍ରହଣ କଲେ ହାଇକୋର୍ଟ । କିଛିଦିନ ତଳେ ଜିଲ୍ଲାପାଳଙ୍କ ଆବାସିକ ବାସଭବନରେ ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଆଜି ୯ ତାରିଖ ହାଇକୋର୍ଟରେ ମାମଲାର ଶୁଣାଣି ହୋଇଛି ।
ସେପଟେ ୨୬ ସେପ୍ଟେମ୍ବରରୁ ୦୯ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ ପଞ୍ଜିକରଣ ପାଇଁ ଆବେଦନ । ଜଣେ ବ୍ୟକ୍ତି ଓ ଅନୁଷ୍ଠାନ ୩ ଟି ଲେଖାଁଏ ପ୍ଲଟ ପଞ୍ଜିକରଣ ପାଇଁ ଆବେଦନ କରିପାରିବେ । ୧୦୦ ଟଙ୍କା ଦେଇ ଫର୍ମ ନେଇ କରିପାରିବେ ଏହି ଆବେଦନ । cuttack.odisha.gov.in ୱେବସାଇଟରେ ଅଧିକ ବିବରଣୀ ପାଇପାରିବେ । ଖାଦ୍ୟ ପାଇଁ ଅଲଗା ଓ ଅନ୍ୟାନ୍ୟ ପାଇଁ ଅଲଗା ଅଲଗା ଆବେଦନ କରି ପାରିବେ ବ୍ୟକ୍ତି ଓ ଅନୁଷ୍ଠାନ । ଚଳିତ ବର୍ଷ ପ୍ଲଟ ପଞ୍ଜିକରଣ ୫ ହଜାର ଟଙ୍କା ରଖାଯାଇଛି ।
