ତାମିଲ ଫିଲ୍ମ ‘ଅନ୍ନପୂର୍ଣ୍ଣୀ’କୁ ବଢିଲା ବିବାଦ, ନୟନତାରାଙ୍କ ବଢ଼ିଲା ସମସ୍ୟା

ତାମିଲ ଫିଲ୍ମ ‘ଅନ୍ନପୂର୍ଣ୍ଣୀ’ରେ ଭଗବାନ ରାମଙ୍କ ପ୍ରତି ଅସମ୍ମାନ ପ୍ରସଙ୍ଗକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ଏଥିରେ ଅଭିନୟ କରିଥିବା ନୟନତାରାଙ୍କ ବିରୋଧରେ ମଧ୍ୟପ୍ରଦେଶର ଜବଲପୁରରେ ମାମଲା ରୁଜୁ ହୋଇଛି । ଗତ ଡିସେମ୍ବର ୨୯ରେ ଏହି ଫିଲ୍ମ ଓଟିଟି ପ୍ଲାଟ୍‌ଫର୍ମ ନେଟ୍‌ଫ୍ଲିକ୍ସରେ ମୁକ୍ତିଲାଭ କରିଥିଲା । ଫିଲ୍ମ ନିର୍ମାତା ଆର୍‌. ରବିନ୍ଦ୍ରନ୍‌ ଏବଂ ଯତୀନ ସେଠୀ, ନିର୍ଦ୍ଦେଶକ ନିଲେଶ କ୍ରିଷ୍ଣାଙ୍କ ସମେତ ଅଭିନେତ୍ରୀ ନୟନତାରାଙ୍କ ସହ ସମସ୍ତ ଷ୍ଟାରଙ୍କ ବିରୋଧରେ ମୁମ୍ବାଇ ପରେ ଏବେ ମଧ୍ୟପ୍ରଦେଶରେ ମଧ୍ୟ ମାମଲା ରୁଜୁ କରାଯାଇଛି। ମୁମ୍ବାଇରେ ଅଭିଯୋଗକାରୀ ରମେଶ ସୋଲଙ୍କି ‘ଏକ୍ସ’ରେ ତାଙ୍କର ଏକ ପୋଷ୍ଟ ଶେୟାର କରିବା ସହ ଥାନାରେ ଅଭିଯୋଗ କରିଛନ୍ତି।

ଯେଉଁଥିରେ ବାଲ୍ମୀକି ରାମାୟଣକୁ ଭୁଲ ଭାବେ ଦର୍ଶାଯାଇଥିବା ସହ ସିନେମାରେ ପ୍ରଭୁ ରାମ ମାଂସ ଭକ୍ଷଣ କରୁଥିବା ଆକ୍ଷେପ କରାଯାଇଛି।ଏହା ହିନ୍ଦୁଧର୍ମ ବିରୋଧୀ ଫିଲ୍ମ ଏବଂ ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଥିବା ନେଇ ସୋସିଆଲ ମିଡିଆରେ ୟୁଜର୍ସ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି । ଏପରିକି ବଏକଟ୍‌ ନେଟ୍‌ଫ୍ଲିକ୍ସକୁ କେତେଜଣ ହାଶ୍‌ଟ୍ୟାଗ୍‌ ବ୍ୟବହାର କରି ଟ୍ରେଣ୍ଡ୍‌ କରିଛନ୍ତି ।