ତେଲୁଗୁ ଅଭିନେତ୍ରୀ ଘରୋଇ ସହାୟିକା ଥିବା ଓଡିଆ ଯୁବତୀଙ୍କୁ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ

ତେଲୁଗୁ ଅଭିନେତ୍ରୀ ଡିମ୍ପଲ ହୟାତିଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆସିଛି । ଘରୋଇ ଓଡ଼ିଆ ସହାୟିକାଙ୍କୁ ଭୟଙ୍କର ନିର୍ଯାତନା ନେଇ ଥାନାରେ ମାମଲା ହୋଇଛି । ୨୨ ବର୍ଷୀୟ ଯୁବତୀ ଜଣକ ଡିମ୍ପଲ ଏବଂ ତାଙ୍କ ସ୍ୱାମୀଙ୍କ ନାଁରେ ଅଭିଯୋଗ କରିଛନ୍ତି । ଯୁବତୀଙ୍କ ଅଭିଯୋଗ ପରେ ଫିଲ୍ମ ନଗର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ଓଡିଆ ଯୁବତୀଙ୍କ ଘର ରାୟଗଡା ଜିଲ୍ଲାରେ ଥୟବା ନେଇ ସୂଚନା ମିଳିଛି । ସେ ଡିମ୍ପଲଙ୍କ ଘରେ ସହାୟିକା ଭାବରେ କାମ କରୁଥିଲେ । ଡିମ୍ପଲ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତିା ତେବେ ଅଭିଯୋଗ ପରେ ଡିମ୍ପଲ ଓ ତାଙ୍କ ସ୍ୱାମୀଙ୍କୁ ଥାନାରେ ହାଜର ପାଇଁ ନୋଟିସ୍ ଦିଆଯାଇଛି ।ପୁଲିସର ସୂଚନା ଅନୁଯାୟୀ ଅଭିଯୋଗକାରୀ ଜଣଙ୍କ ହେଲେ ପ୍ରିୟଙ୍କା ବିବର । ତାଙ୍କ ଘର ଓଡ଼ିଶାର ରାୟଗଡ଼ା ଜିଲ୍ଲାରେ । ସେ ସେପ୍ଟେମ୍ବର ୨୨ରେ କାମ ଅନ୍ୱେଷଣରେ ହାଇଦ୍ରାବାଦ ଆସିଥିଲେ । ତାଙ୍କୁ ମ୍ୟାନପାୱର ସଂସ୍ଥା ଶ୍ରୀ ସାଇ ଗୁଡୱିଲ ସର୍ଭିସ ପକ୍ଷରୁ ଘରୋଇ ସହାୟକ ଭାବେ ଅଭିନେତ୍ରୀ ଡିମ୍ପଲଙ୍କ ଘରେ କାମ କରିବାକୁ କୁହାଯାଇଥିଲା । ଏହାପରେ ଓଡ଼ିଆ ଝିଅ ପ୍ରିୟଙ୍କା ମଧ୍ୟ ଶୈକପେଟରେ ଥିବା ଡିମ୍ପଲଙ୍କ ଘରେ କାମ ଆରମ୍ଭ କରିଥିଲେ । ୨୨ ତାରିଖରେ ସବୁ କିଛି ଠିକ ଠାକ ରହିଥିଲା । କିନ୍ତୁ ଏହାପରେ ଆରମ୍ଭ ହୋଇଥିଲା ନିର୍ଯାତନା । ପ୍ରିୟଙ୍କାଙ୍କୁ ନିୟମିତ ନିର୍ୟାତନା ଦେବା ସହ ଠିକ ଭାବେ ଖାଇବା ଦେଉ ନଥିଲେ । ସେ ମାତ୍ର ସପ୍ତାହେ ତାଙ୍କ ଘରେ କାମ କରି ଏପରି ସ୍ଥିତିର ସମ୍ମୁଖୀନ ହୋଇଥିବା କହିଛନ୍ତି ।