ଥରୁଛି ଓଡିଶା , ଅଧିକାଂଶ ଜିଲ୍ଲାରେ ପ୍ରବଳ ଥଣ୍ଡା ଓ କୁହୁଡି

ସାରା ରାଜ୍ୟରେ ଶୀତର ପ୍ରକୋପ ଅନୁଭୂତ ହେଉଛି । ରାଜ୍ୟର ଅଧିକାଂଶ ଅଞ୍ଚଳରେ କୁହୁଡ଼ି ସହ ଭୀଷଣ ଜାଡ଼ ହେଉଛି ।ଧୀରେ ଧୀରେ ଥଣ୍ଡା ବଢୁଛି। ଗତ ୨୪ ଘଣ୍ଟାରେ ରାଜ୍ୟର ୧୧ ସହରରେ ରାତି ତାପମାତ୍ରା ୧୦ ଡିଗ୍ରୀ ତଳେ ରେକର୍ଡ କରାଯାଇଛି। କନ୍ଧମାଳ ଜିଲାରେ ଥଣ୍ଡାର ସର୍ବାଧିକ ପ୍ରଭାବ ଅନୁଭୂତ ହୋଇଛି। ଗତ ୨୪ ଘଣ୍ଟାରେ ୮ ଡିଗ୍ରୀ ସେଲସିୟସ ତାପମାତ୍ରା ସହ ଫୁଲବାଣୀ ରାଜ୍ୟର ସବୁଠାରୁ ଥଣ୍ଡା ସହର ପାଲଟିିଛି। ଏପରି ଶୀତ ଲୋକଙ୍କ ଜୀବନଯାତ୍ରାକୁ ବ୍ୟାପକ ଭାବେ ପ୍ରଭାବିତ କରିଥିବା ବେଳେ ରାସ୍ତାରେ ଗାଡ଼ି ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି।ପଶ୍ଚିମ ଓଡ଼ିଶାରେ ବିନିକାରେ ଦେଖିବାକୁ ମିଳିଛି ଘନ କୁହୁଡ଼ିର ଆସ୍ତରଣ। କୁହୁଡ଼ି ଯୋଗୁଁ ଲୋକେ ଗାଡ଼ି ଚଳାଇବାରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆସନ୍ତା କିଛି ଦିନ ରାଜ୍ୟରେ ଏପରି ଶୀତ ପ୍ରବାହ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କେତେକ ଅଞ୍ଚଳରେ ମଧ୍ୟମ ଧରଣର କୁହୁଡ଼ି ଅନୁଭୂତ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।